Below header

ଅନଲାଇନ ଗେମ୍‌ ଖେଳୁଥିବା ବେଳେ ମା’ ଛଡାଇନେଲା ମୋବାଇଲ, ରାଗରେ ଆତ୍ମହତ୍ୟା କଲା ୧୦ ବର୍ଷର ପୁଅ

ଅନଲାଇନ ଗେମ୍‌ ଖେଳିବା ଆଜିକାଲି ସବୁ ପିଲାଙ୍କ ସଉକ ହୋଇଗଲାଣି। ସବୁ କାମ ଦାମ ଛାଡି ପିଲାମାନେ ଗେମ୍‌ ଖେଳିବାରେ ବ୍ୟସ୍ତ ରହୁଛନ୍ତି । ପାଠ ପଢିବା ମଧ୍ୟ କମି ସାରିଲାଣି । ହେଲେ ଏହି ମୋବାଇଲ ଗେମ୍‌ ପିଲାଙ୍କୁ ନଷ୍ଟ କରୁଛି। ପିଲାମାନେ ଅବାଟ ଆପଣାଉଛନ୍ତି । ବେଳେ ବେଳେ ଆତ୍ମହତ୍ୟା ମଧ୍ୟ କରୁଛନ୍ତି। ଆଉ ଏମିତି ଏକ ଘଟଣା ଲକ୍ଷ୍ମୌରେ ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶର ଲକ୍ଷ୍ମୌର ଥାନା ହୁସୈନଗଞ୍ଜର ଚିତଓ୍ଵାପୁର ଅଞ୍ଚଳରେ ଜଣେ ପିଲା ମୋବାଲରେ ଗେମ୍‌ ଖେଳୁଥିବା ସମୟରେ ମା’ ମୋବାଇଲ ଛଡାଇ ନେବାରୁ ଆତ୍ମହତ୍ୟା କରିଛି ୧୦ ବର୍ଷୀୟ ବାଳକ । ଆତ୍ମହତ୍ୟା କରିଥିବା ବାଳକର ବୟସ ୧୦ ବର୍ଷ। ବାଳକର ନାମ ଆରୁଷ । ଆରୁଷ ମୋବାଇଲରେ ଗେମ୍‌ ଖେଳିବାକୁ ପସନ୍ଦ କରନ୍ତି। ଅନଲାଇନ ଗେମ୍‌ ଖେଳିବାରେ ଏମିତି ଅଭ୍ୟସ୍ତ ହୋଇଥିଲେ, ମା’ ଗେମ୍‌ ଖେଳିବାକୁ ପିଲାକୁ ନିବୃତ୍ତ ରଖିବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ ନାବାଳକ ।

ସବୁବେଳେ ଏହାକୁ ନେଇ ମା ପାଟିତୁଣ୍ଡ କରନ୍ତି। ମୋବାଇଲରେ ଗେମ୍‌ ଖେଳିବାକୁ ମନା କରନ୍ତି। ଆଉ ଦିନେ ମା’ ମୋବାଇଲ ହାତରୁ ଛଡାଇ ନେବାରୁ ପୁଅ କିଛି ବୁଝି ନ ବିଚାରି ନିଜକୁ ଘରେ ବନ୍ଦ କରି ଏଭଳି ପଦକ୍ଷେପ ନେଇଛନ୍ତି ।

ପୋଲିସ ମୁତାବକ, ଆତ୍ମହତ୍ୟା କରିଥିବା ନାବାଳକଙ୍କ ବାପା ନାହାନ୍ତି। ବାପାଙ୍କ ମୃତ୍ୟୁ ପରେ ଘରକୁ ମା’ ଚଳାଉଥିଲେ। ପୁଅ ଅଧିକାଂଶ ସମୟରେ ସ୍କୁଲକୁ ନ ଯାଇ ଘରେ ବସି ଅନଲାଇନ ଗେମ୍‌ ଖେଳୁଥାଏ। ଏହାକୁ ନେଇ ଅନେକ ଥର ମା’ କୋମଳ(୪୦) ବାରଣ କରିଥିଲେ । କିନ୍ତୁ ନାବାଳକ ଜଣକ ମାନୁନଥିଲେ । ଆଜି ନାବାଳକ ମୋବାଇଲରେ ଗେମ୍‌ ଖେଳୁଥିବା ବେଳେ ମା’ କୋମଳ ହଠାତ୍‌ ଆସି ପୁଅର ହାତରୁ ମୋବାଇଲ ଛଡାଇ ନେଇଥିଲେ। ଆଉ ବାହାରକୁ ଚାଲିଯାଇଥିଲେ। ତେବେ ରାଗରେ ନାବାଳକ ଜଣକ ବଡ ଭଉଣୀକୁ ରୁମରୁ ବାହାର କରି ନିଜକୁ ଭିତରୁ ଲକ୍‌ କରିଦେଇଥିଲେ।

ନିଜକୁ ଘରେ ବନ୍ଦ କରିବାର କିଛି ଘଣ୍ଟା ପର୍ଯ୍ୟନ୍ତ କୌଣସି ଶବ୍ଦ ନ ଶୁଣାଯିବାରୁ ଭଉଣୀ କବାଟ ବାଡେଇଥିଲେ । ହେଲେ ନାବାଳକ ଜଣକ କବାଟ ଖୋଲିନଥିଲେ । ଭଉଣୀ ତା’ ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘର ଲୋକେ କବାଟ ତାଡିବା ପରେ ପୁଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.