ଫଟୋ ଉଠାଇବା ପାଇଁ କର୍ମଚାରୀ ପିନ୍ଧିଲେନି ସାନ୍ତା କ୍ଲଜ୍‌ ଟୋପି; ରାଗିଯାଇ ଚାକିରିରୁ ବିଦା କରିଦେଲେ ମ୍ୟାନେଜର; ୩ ଜଣଙ୍କ ନାଁରେ ମାମଲା

ଆଗ୍ରାରେ ଏକ ମଲ୍‌ର କର୍ମଚାରୀଙ୍କୁ ସାନ୍ତା କ୍ଲଜ୍‌ର ଟୋପି ନ ପିନ୍ଧିବା ଭାରୀ ପଡ଼ିଯାଇଛି। ମଲ୍‌ର ମ୍ୟାନେଜର ତାଙ୍କୁ ଚାକିରିରୁ ବିଦା କରି ଦେଇଛନ୍ତି। ଏ ନେଇ ଯେତେବେଳେ ସ୍ଥାନୀୟ ଯୋଗୀ ୟୁଥ୍‌ ବ୍ରିଗେଡ୍‌ ସେନାକୁ ଖବର ପହଞ୍ଚିଥିଲା, ତ କର୍ମକର୍ତ୍ତାମାନେ ମଲ୍‌ରେ ପହଞ୍ଚି ଖୁବ୍‌ ହଙ୍ଗାମା କରିଥିଲେ। ଏହି ଘଟଣାରେ ସ୍ଥାନୀୟ ଥାନାରେ ମ୍ୟାନେଜରଙ୍କ ସମେତ ୩ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ସୂଚନା ମୁତାବକ, ଅମିତ୍‌ କୁମାର ନାମକ ଯୁବକ କହିଛନ୍ତି ଯେ ସେ ଭି-ବଜାର ମଲ୍‌ରେ ଚାକିରି କରୁଥିଲେ। କ୍ରିସ୍‌ମାସରେ ମଲ୍‌ର ମ୍ୟାନେଜର ସମସ୍ତଙ୍କୁ ସାନ୍ତା କ୍ଲଜ୍‌ର ଟୋପି ପିନ୍ଧି ଫଟୋ ଉଠାଇବାକୁ କହିଥିଲେ। ସେ ମଧ୍ୟ ଫଟୋ ଉଠାଇବା ପାଇଁ ଟୋପି ପିନ୍ଧି ନେଇଥିଲେ। ଏହାପରେ ଟୋପି ବାହାର କରି ଦେଇଥିଲେ। କିଛି ସମୟ ପରେ ମ୍ୟାନେଜର ଯେତେବେଳେ ତାଙ୍କୁ ଟୋପି ପିନ୍ଧି ରଖିବାକୁ କହିଥିଲେ, ତ ସେ ଏହାର ବିରୋଧ କରିଥିଲେ। ତ ମ୍ୟାନେଜର ସଙ୍ଗେ ସଙ୍ଗେ ପାଖକୁ ଆସି ତାଙ୍କୁ ଚାକିରିରୁ ବାହାର କରି ଦେଇଥିଲେ ଏବଂ ଦରମା ମଧ୍ୟ ଦେଇ ନ ଥିଲେ।

ଏହି ପୂରା ମାମଲା ବିଷୟରେ ଯେତେବେଳେ ୟୁଥ୍‌ ବ୍ରିଗେଡ୍‌ ସେନାକୁ ଖବର ମିଳିଥିଲା, ତ ସେନାର କର୍ମକର୍ତ୍ତାମାନେ ମଲ୍‌ ବାହାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ସେମାନେ ମ୍ୟାନେଜରଙ୍କ ସହ ଅନ୍ୟମାନଙ୍କ ବିରୋଧ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେପଟେ ଏ ନେଇ ସେନାର ପ୍ରଦେଶ ଅଧ୍ୟକ୍ଷ ଅଜୟ ତୋମରଙ୍କ କହିବା ହେଲା, କୌଣସି କର୍ମଚାରୀଙ୍କ ଉପରେ ସାନ୍ତା କ୍ଲଜ୍‌ର ଟୋପି ପିନ୍ଧିବା ନେଇ ଚାପ ପକାଯାଇ ପାରିବ ନାହିଁ। ଯଦିଓ ଚାକିରି ଚାଲିଯିବା ଭୟରେ ଅନ୍ୟମାନେ ଟୋପି ପିନ୍ଧି ନେଇଥିଲେ।

Leave A Reply

Your email address will not be published.