ଡାକ୍ତର ଓ ନର୍ସଙ୍କ ସମେତ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ 108 ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କରାଗଲା କ୍ୱାରେଣ୍ଟାଇନ, ଜଣେ ଆଇସିୟୁରେ ଭର୍ତ୍ତି

ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି 2 କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ନର୍ସଙ୍କ ସମେତ 108ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କ୍ୱାରେଣ୍ଟାଇନ କରାଯାଇଛି। ହସ୍ପିଟାଲର ପ୍ରବକ୍ତା କହିଛନ୍ତି, 108ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ 85 ଜଣଙ୍କୁ ହୋମ କ୍ୱାରେଣ୍ଟାଇନ କରାଯାଇଛି ଏବଂ ବାକି 23 ଜଣ ହସ୍ପିଟାଲରେ ଅଛନ୍ତି।

h2

ତାଙ୍କ କହିବା ଅନୁଯାୟୀ, 3/4 ଦିନ ପୂର୍ବରୁ 2ଜଣ ରୋଗୀ ହସ୍ପିଟାଲର ଜ୍ଵର କ୍ଲିନିକକୁ ଆସିଥିଲେ। ହସ୍ପିଟାଲର ନିୟମ ମୁତାବକ, ସମସ୍ତ ଜ୍ୱର ମାମଲାକୁ କୋଭିଡ-19 ଟେଷ୍ଟ ପାଇଁ ରେଫର କରାଯାଉଛି । ସେହି 2ଜଣ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ହସ୍ପିଟାଲର 108ଜଣଙ୍କୁ କ୍ୱାରେଣ୍ଟାଇନ କରିଦିଆଯାଇଛି। 23ଜଣ ସିଧା ସମ୍ପର୍କରେ ଆସିଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରବକ୍ତା କହିଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କୁ ଆଇସିୟୁ ଭର୍ତ୍ତି କରିବାକୁ ପଡିଛି। କୋଭିଡ-19 ସଂସ୍ପର୍ଶରେ ଆସିଥିବା ଅନେକ ସ୍ୱାସ୍ଥ୍ୟ କର୍ମୀଙ୍କ ପାଖରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.