Below header

ପୁରା ଦେଶରେ ଚାଲିଛି କରୋନା ତାଣ୍ଡବ, ପ୍ରତି ମିନିଟ୍‌ରେ ଆସୁଛି ୧୧୭ ମାମଲା, ପ୍ରତି ଘଣ୍ଟାରେ ଯାଉଛି ୩୮ ଜୀବନ

ନୂଆଦିଲ୍ଲୀ :  ଦେଶରେ କାରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଏହି ସ୍ଥିତି ଏବେ ସାଂଘାତିକ ଅବସ୍ଥାରେ ପହଞ୍ଚିଛି । କରୋନା ସଂକ୍ରମଣର ଏହି ମିଟର ଦେଖିଲେ ମନରେ ସ୍ୱତଃ ଭୟ ସୃଷ୍ଟି ହେଉଛି । ମିଳିଥିବା ସୂଚାନନୁଯାୟୀ,ପ୍ରତି ମିନିଟ୍‌ରେ ଦେଶରେ ୧୧୭ ସଂକ୍ରମଣ ମାମଲା ଆସୁଥିବା ବେଳେ ପ୍ରତି ଘଣ୍ଟାରେ ୩୮ ଜୀବନ ଯାଉଥିବା ଜଣାଯାଇଛି ।

ଗୋଟିଏ ଦିନରେ ୧,୪୦,୭୪,୫୬୪ ରେକର୍ଡ ସଂଖ୍ୟକ ସଂକ୍ରମଣ ମାମଲା ଆସିଥିବା ବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧୪ ଲକ୍ଷରେ ପହଞ୍ଚିଛି । ଗୁରୁବାର ସକାଳ ୮ଟା ସୁଦ୍ଧା ଦେଶରେ ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୩୯ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ୧୦୩୮ ଲୋକଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୧,୭୩,୧୨୩ ରେ । ୨୦୨୦ ଅକ୍ଟୋବର ୩ ପରେ ଏହା ସର୍ବାଧିକ ମୃତ୍ୟୁ ସଂଖ୍ୟା ବୋଲି ରେକର୍ଡ କରାଯାଇଛି ।

ଦେଶରେ ପ୍ରତି ଘଣ୍ଟାରେ ଆସୁଛି ୭୦୩୮ ନୂଆ ସଂକ୍ରମଣ ମାମଲା

କରୋନା ସ୍ଥିତି ଏପରି ସାଂଘାତିକ ଅବସ୍ଥାରେ ପହଞ୍ଚିଛି ଯେ ପ୍ରତି ଘଣ୍ଟାରେ ୭୦୩୮ ନୂଆ ସଂକ୍ରମିତ ମାମଲା ଆସୁଥିବା ଜଣାଯାଇଛି । ପ୍ରତି ମିନିଟ୍‌ରେ ୧୧୭ ନୂଆ ମାମଲା  ଏଥିସହ ଯୋଡ଼ି ହେଉଛି । ଯେତେବେଳେ ପ୍ରତି ଘଣ୍ଟାରେ ୩୮ ଲୋକଙ୍କ ଜୀବନ ଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି । ଗତ ବର୍ଷ ପିକ୍‌ ପିରିୟଡରେ ନୂଆ ସଂକ୍ରମଣ ପ୍ରତି ଘଣ୍ଟାରେ ୪୦୭୯ ଥିବା ବେଳେ ଚଳିତବର୍ଷ ଏହା ପହଞ୍ଚିଛି ୭୦୩୮ରେ ।

ଦେଶରେ ୪ର୍ଥ ପର୍ଯ୍ୟାୟରେ ୩୧.୩୯ ଲକ୍ଷରୁ ଅଧିକ ଟିକା ଦିଆଯାଇଛି

ଦେଶବ୍ୟାପୀ ଟିକାକରଣ ଚାଲିଥିବାବେଳେ ଏବେ ୪ର୍ଥ ପର୍ଯ୍ୟାୟ ବୁଧବାର ରାତି ୮ଟା ସୁଦ୍ଧା ୩୧.୩୯ ଲକ୍ଷରୁ ଅଧିକ ଡୋଜ୍‌ ଟିକା ସହ ୧୧.୪୩ କୋଟି ଲୋକଙ୍କୁ ଟିକା ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି । ତେବେ ମହାରାଷ୍ଟ୍ର(୧,୧୧,୧୯,୦୧୮), ରାଜସ୍ଥାନ(୧,୦୨,୧୫,୪୭୧) ଓ ଉତ୍ତର ପ୍ରଦେଶ(୧,୦୦,୧୭,୬୫୦) ରେ ୧ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଦେଶରେ ୬୯,୯୭୪ କରୋନା ଟିକାକରଣ କେନ୍ଦ୍ର ଚାଲୁ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.