Below header

ଏହି ୧୨ଟି କାରଣ ପାଇଁ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ବାଧ୍ୟ ହେଲା ପାକିସ୍ତାନ

ଜନ୍ମମାଟିକୁ ଫେରିଲେ ବୀର ପୁତ୍ର ଅଭିନନ୍ଦନ ବର୍ଦ୍ଧମାନ । ଯାହାକୁ ମୁକ୍ତ କରିବାକୁ ବାଧ୍ଯ ହୋଇଛି ପାକିସ୍ତାନ । ଭାରତ-ପାକ୍‌ ସୀମାନ୍ତ ଅଟାରୀ ଓ୍ଵାଘା ବର୍ଡରରେ ପହଞ୍ଚିବା ସମୟରେ ସାରା ଦେଶ ଆନନ୍ଦରେ ଭରି ଉଠିଥିଲା । ତେବେ ଭାରତୀୟ ବାୟୁସେନା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସ୍ୱାଗତ କରିଛି ପୂରା ଦେଶ । ତେବେ ଜାଣନ୍ତୁ ଜିଦଖୋର ପାକିସ୍ତାନ କେମିତି ମୁଣ୍ଡ ନୁଆଁଇବାକୁ ବାଧ୍ଯ ହେଲା ା

Avinandan

ଆସନ୍ତୁ  ଜାଣିବା ଏହାର ୧୨ଟି କାରଣ :

-ପାକିସ୍ତାନ ନିଜେ ଭିଡିଓ ଜାରି କରି କହିଥିଲା କି ଭାରତୀୟ ପାଇଲଟ ତାଙ୍କ କବଜାରେ । ଯାହା ପରେ ଜେନେଭା ଚୁକ୍ତି ଅନୁସାରେ ପାଇଲଟଙ୍କୁ ମୁକ୍ତି କରିବା ଛଡା ଆଉ କୌଣସି ବିକଳ୍ପ ନଥିଲା ।

– ପାକିସ୍ତାନ ଏହି କଥା ଭଲ ଭାବେ ଜାଣିଥିଲା କି ଭାରତ ପାଇଲଟ ଅଭିନନ୍ଦନଙ୍କ ମୁକ୍ତିକୁ ନେଇ ଉଠିଥିବା ପ୍ରସଙ୍ଗ ଉପରେ ପଛକୁ ଫେରୁନାହିଁ କି ବାଲାକୋଟରେ ଆତଙ୍କବାଦଙ୍କ ଉପରେ ହେଉଥିବା ତଦନ୍ତ ଦୁର୍ବଳ ହେଉନାହିଁ । ତେଣୁ ସେ ପାଇଲଟଙ୍କ ସହିତ କିଛି ଖରାପ କରି ନିଜର ହାତ ପୋଡିବାକୁ ଚାହୁଁନଥିଲା ।

Imran-ପାକିସ୍ତାନ ଏହି କଥାକୁ ଭଲ ଭାବେ ଜାଣିଥିଲା କି ଯେଉଁଠାରେ ଭାରତ ସହିତ ଏହି ଘଟଣାରେ ପୂରା ବିଶ୍ୱର ସମର୍ଥନ ରହିଛି, ସେଠାରେ ପାକିସ୍ତାନ ସହିତ କେବଳ ଇସଲାମିକ୍ ଦେଇ ସଂଗଠନ ହିଁ ରହିଥିଲା ।

– ପାକିସ୍ତାନ ଏହି କଥାକୁ ମଧ୍ୟ ଭଲ ଭାବେ ଜାଣିଥିଲା କି ଆମେରିକା ଏବଂ ବ୍ରିଟେନ୍‌ରେ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ବିଶ୍ବ ଆତଙ୍କବାଦୀ ଘୋଷିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯାହା ଉପରେ ବହୁ ଶୀଘ୍ର ନିଷ୍ପତ୍ତି ମଧ୍ୟ ନିଆଯିବ ।

-ନିକଟରେ ଚୀନରେ ଚୀନ, ରୁଷ ଏବଂ ଆମେରିକା ଆତଙ୍କବାଦ ବିଷୟରେ ଏକାଠି ସାଥି ହୋଇ ରହିବା ପାଇଁ କହିଥିଲେ । ପାକିସ୍ତାନକୁ କେଉଁଠି ନା କେଉଁଠି ଏଥିପାଇଁ ଡର ଥିଲା କି ଚୀନ ଏହି ମୁଦ୍ଦା ଉପରେ ପଛ ଘୁଞ୍ଚା ଦେଇପାରେ ।

imran khan-ସଂଯୁକ୍ତ ରାଷ୍ଟ୍ରରେ ହିଁ ଗତ କିଛି ଦିନ ତଳେ ଚୀନ ଏକ ଏମିତି ମାମଲା ଉପରେ ହସ୍ତାକ୍ଷର କରିଥିଲା ଯେଉଁଥିରେ ଆତଙ୍କବାଦ ଉପରେ ଲଗାମ ଲଗାଇବା ପାଇଁ କୁହାଯାଇଥିଲା । ଏବଂ ପରେ ଚୀନ ଏହାକୁ ନେଇ ସଫାଇ ମଧ୍ୟ ଦେଇଥିଲା । କିନ୍ତୁ ପାକିସ୍ତାନକୁ ବାରମ୍ବାର ଚୀନ ଅଲଗା ହୋଇଯିବାର ଭୟ ଥିଲା ।

-ପାକିସ୍ତାନ ଏହି କଥା ଜାଣିଥିଲା କି ଯଦି ମସୁଦ ଅଜହର ଉପରେ ବିଶ୍ବ ଆତଙ୍କି ହେବା ନେଇ ମୋହର ଲାଗିଯାଏ ତେବେ ବିଶ୍ବ ବିରାଦରରେ ତାର ବହୁତ ବଦନାମୀ ହେବ । କେବଳ ଏତିକି ନୁହେଁ ଏହାର ପରିଣାମ ବହୁତ ଭୟଙ୍କର ହେବ । ଯଦି ମସୁଦ ଅଜହରକୁ ବିଶ୍ବ ଆତଙ୍କି ଘୋଷିତ କରାଯାଏ ତେବେ ପାକିସ୍ତାନକୁ ବ୍ଳାକଲିଷ୍ଟ ମଧ୍ୟ କରାଯାଇ ପାରେ ।

-ବାଲାକୋଟରେ ଯେଉଁ ପ୍ରକାରରେ ଆକ୍ରମଣ ଭାରତ କରିଥିଲା ଏବଂ ଏଥିରେ ମସୁଦ ଅଜହର ପାଖାପାଖି ସମ୍ପର୍କୀୟ ନିହତ ହେଲେ ଏଥିରୁ ପାକିସ୍ତାନକୁ କେଉଁଠି ନା କେଉଁଠି ଏହି କଥା ପ୍ରତି ଡର ଥିଲା କି କାଳେ ଓସାମା ବିନ୍ ଲାଦେନ୍ ଉପରେ ହୋଇଥିବା ଆକ୍ରମଣ ପରି ଭାରତ ମଧ୍ୟ ବହୁ ପଦକ୍ଷପ ନେବ । ଯଦି ଏପରି ହୁଏ ତେବେ ପାକିସ୍ତାନ ନିଜର ହିଁ ଜନତାଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଅସୁବିଧାରେ ପଡିଯିବ ।

trump-ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସାଉଦୀ ଆରବର ମଧ୍ୟ ସାଥ ମିଳିନଥିଲା । କିନ୍ତୁ ସାଉଦୀ ଆରବ ପାକିସ୍ତାନକୁ ଆର୍ଥିକ ରୂପରେ ବହୁତ ସାହାଯ୍ୟ କରିଛି । ହେଲେ ଅନ୍ୟପଟେ ସେ ମଧ୍ୟ ଭାରତର ସାଥ୍ ଦେଇଛି ।

-ପାକିସ୍ତାନ ଯଦି ଭାରତୀୟ ପାଇଲଟଙ୍କୁ ମୁକ୍ତ ନକରିଥାନ୍ତି ତାକୁ ବିଶ୍ବ ସମୁଦାୟର ବିରୋଧ ଏବଂ ପ୍ରତିଶୋଧର ଭୟ ମଧ୍ୟ ଥିଲା ।

-ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ବିଶ୍ବବ୍ଯାପି ବହୁତ ପ୍ରଭାବ ପଡୁଥିବା ଏବଂ ଏମିତି କିଛି

ଭୁଲ ପଦକ୍ଷପ ନେବା ଦ୍ବାରା ଅଧିକ ଅସୁବିଧା ବଢିବାର ଭୟ ଥିଲା । ସାରା ବିଶ୍ବ ଚାହିଁଥିଲା କି ସେ ଆତଙ୍କବାଦୀମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଉ ।

-ଏହି ପ୍ରସଙ୍ଗକୁ ନେଇ ଆମେରିକା ମଧ୍ୟ ପାକିସ୍ତନକୁ ଚେତାବନୀ ଦେଇସାରିଥିଲା । ଯାହାକୁ ନେଇ ପାକିସ୍ତାନ ଭୟଭୀତ ହୋଇଥିଲା ା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.