Below header

ଧୋନି ଆହତ, କାଲିର ପ୍ରଥମ ଦିନିକିଆରେ ନଖେଳି ପାରନ୍ତି

ହାଇଦ୍ରାବାଦ : ଆସନ୍ତାକାଲି ଏଠାରେ ଖେଳାଯିବା ଭାରତ ବନାମ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ୍‌ । ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅପରାହ୍ନ ୧.୩୦ ମିନିଟ୍‌ରୁ ଆରମ୍ଭ ହେବ । ତେବେ ମ୍ୟାଚ୍‌କୁ କେଇ ଘଣ୍ଟା ବାକି ଥିବା ବେଳେ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟ୍‌କା । ଆଷ୍ଟ୍ରେଲିଆ ଠାରୁ ୦-୨ରେ ଟି-୨୦ ସିରିଜ୍‌ ହାରି ସାରିଥିବା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆହତ ହୋଇଛନ୍ତି । ଆଜି ନେଟ୍‌ ଅଭ୍ୟାସ ବେଳେ ତାଙ୍କ ଡାହାଣ ହାତରେ ଖୁବ୍‌ ଜୋରରେ ବଲ୍‌ ବାଜିଥିଲା । ସେ ଯନ୍ତ୍ରଣାରେ ଛଟପଟ ହୋଇଯାଇଥିଲେ । ଏହା ପରେ ଆଉ ବ୍ୟାଟିଂ କରି ନଥିଲେ । ତେବେ ଧୋନିଙ୍କର ଏହି ଆଘାତ କେତେ ଗୁରୁତର ଏବଂ ସେ ଆସନ୍ତାକାଲି ମ୍ୟାଚ୍‌ରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଯଦି ଧୋନି ନଖେଳନ୍ତି ତେବେ ୠଷଭ ପନ୍ତ ତାଙ୍କ ସ୍ଥାନରେ ଓ୍ଵିକେଟ୍‌ କିପିଂ କରି ପାରନ୍ତି ।

TEAM INDIA-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.