Below header

ଭାରତରେ ଅଟକି ରହିଥିବା ପାକିସ୍ତାନୀ ଯାତ୍ରୀଙ୍କୁ ଖାଦ୍ୟ ବଣ୍ଟନ କଲା ପଞ୍ଜାବ ପୁଲିସ , ଯାହାକୁ ଟ୍ବିଟ୍ କରି ଜଣାଇଲା ପାକିସ୍ତାନୀ ଖବରକାଗଜ

ଅମ୍ରିତସର : ଭାରତ-ପାକ୍‌ ଭିତରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ବେଳେ ପଞ୍ଜାବ ପୁଲିସ୍‌ ଦେଖାଇଛି ମାନବିକତା । ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତ ଭିତରେ ଫସି ରହିଥିବା ପାକିସ୍ତାନୀ ଯାତ୍ରୀମାନଙ୍କୁ ପଞ୍ଜାବ ପୁଲିସ୍‌ ଖାଦ୍ୟ ଦେଇଥିବା କଥା ପାକିସ୍ତାନର ଜଣାଣୁଣା ଖବରକାଗଜ ‘ଡନ୍‌’ ତା’ର ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟ୍‌ରେ ପ୍ରକାଶ କରିଛି।

ସୀମାରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଗତ ୨୮ ତାରିଖରେ ସୀମାରେ ଉଭୟ ପକ୍ଷରୁ ଗୁଳି ଚାଳନା ହେବା ସହ ଉତ୍ତେଜନା ଉପୁଜିବାରୁ ପାକିସ୍ତାନ ‘ସମ୍‌ଝୌତା ଏକ୍ସପ୍ରେସ’ ଚଳାଚଳକୁ ଅଚାନକ ବନ୍ଦ କରି ଦେଇଥିଲା। ଫଳରେ ଦିଲ୍ଲୀରୁ ଲାହୋର ଯାଉଥିବା ଏକ୍ସପ୍ରେସଟି ମଧ୍ୟ ଅଧା ବାଟରେ ଅଟକି ରହିଥିଲା। ତେବେ ଉକ୍ତ ଏକ୍ସପ୍ରେସରେ ପାକିସ୍ତାନ ଯାଉଥିବା ୧୬ ଜଣ ଯାତ୍ରୀ ଆଉ ଦେଶକୁ ଫେରି ନ ପାରି ଅମ୍ରିତସରରେ ଅଟକି ରହିଥିଲେ। ସେହି ସମୟରେ ଯାତ୍ରୀଙ୍କୁ ଖାଦ୍ୟ ଦେଇ ମାନବିକତା ଦେଖାଇଥିଲା ପଞ୍ଜାବ ପୁଲିସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.