ଜୁନିୟର KBCରେ ୧ କୋଟି ଜିତି ରଚିଲେ ଇତିହାସ, ସବୁଠାରୁ କୁନି ପ୍ରତିଯୋଗୀ ଭାବେ ରାଜ୍ୟ ପାଇଁ ଆଣିଲେ ଗୌରବ

ସବୁଠାରୁ କୁନି ପ୍ରତିଯୋଗୀ ଭାବେ ଏକ କୋଟି ଟଙ୍କା ଜିତି ଇତିହାସ ରଚିଛନ୍ତି । ତେବେ ଏହି କୁନି ଛାତ୍ର ହରିୟାଣା ମହେନ୍ଦ୍ରଗଡର ଅଧିବାସି ବୋଲି ଜଣାପଡ଼ିଛି ।

କୁନି ବୟସରେ ନିଜ ଲୁକାୟିତ ପ୍ରତିଭାକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ମୟଙ୍କ । କସ୍ତୁରି ମୃଗ ଯେଉଁଠି ବି ଥିଲେ ତାର ମହକ ଯେପରି ଚାରିଆଡ଼େ ବ୍ୟାପିଯାଏ ଠିକ ସେହିପରି ମୟଙ୍କ ଙ୍କ ପ୍ରତିଭା ବର୍ତ୍ତମାନ ପୂରା ଭାରତ ବର୍ଷରେ ବ୍ୟାପିବାରେ ଲାଗିଛି । ଯିଏ ଶୁଣୁଛି ମୟଙ୍କଙ୍କ ପ୍ରଶଂସା ନକରି ରହି ପାରୁନି । କାରଣ ବୟସ କମ ହୋଇଥିଲେ ବି ନିଜ ବାପା ମା’ଙ୍କ ସହ ପୁରା ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ ଏବଂ ଗୌରବ । ତେବେ ୧୨ ବର୍ଷିୟ ଜୁନିଅର ପ୍ରତିଯୋଗୀ ମୟଙ୍କ ଲୋକପ୍ରିୟ କୁଇଜ୍ ସୋ କୌନ ବନେଗା କରୋଡ଼ପତି ସୋ’ରେ ଏକ କୋଟି ଟଙ୍କା ଜିତି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ସବୁଠାରୁ କୁନି ପ୍ରତିଯୋଗୀ ଭାବେ ଏକ କୋଟି ଟଙ୍କା ଜିତି ଇତିହାସ ରଚିଛନ୍ତି । ତେବେ ଏହି କୁନି ଛାତ୍ର ହରିୟାଣା ମହେନ୍ଦ୍ରଗଡର ଅଧିବାସି ବୋଲି ଜଣାପଡ଼ିଛି । ସୋ’ର ନିର୍ମାତାମାନେ ଚ୍ୟାନେଲର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପ୍ରୋମୋ ସେୟାର କରିଛନ୍ତି ଯେଉଁଥିରେ ମୟଙ୍କ ହୋଷ୍ଟ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କଠାରୁ ପୁରସ୍କାର ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ପୁରସ୍କାର ରାଶି ବ୍ୟତୀତ ମୟଙ୍କ ଏକ ନୂଆ କାର ମଧ୍ୟ ଜିତିଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

୧ କୋଟି ଟଙ୍କା ପ୍ରଶ୍ନର ଉତ୍ତର ସଫଳତାର ସହ ଦେବା ପରେ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ନିଜକୁ ବହୁତ ଭାଗ୍ୟଶାଳୀ ବୋଲି କହିଛନ୍ତି । ବିଗ୍‌ ବି ଅମିତାଭଙ୍କ ସାମ୍ନାରେ ଗେମ୍‌ ଖେଳିବାର ସୁଯୋଗ ପାଇଥିବାରୁ ସେ ବହୁତ ଖୁସିଥିବା ପ୍ରକାଶ କରିଛନ୍ତି । ଏତେ କମ ବୟସ ହୋଇଥିଲେ ମଧ୍ୟ ଏକ କୋଟି ଟଙ୍କାର ରାଶି ଜିତିବା ନିହାତି ଭାବେ ତାଙ୍କ ପରିବାର ପାଇଁ ଗର୍ବର ମୂହୁର୍ତ୍ତ । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଏହି ଛାତ୍ର ବାପା ମା’ଙ୍କ ସମର୍ଥନ ପାଇଥିବାରୁ ଏହି ସଫଳତା ହାସଲ କରିଛନ୍ତି ବୋଲି କହିଛନ୍ତି ।

ମୟଙ୍କ ୭ କୋଟି ଟଙ୍କାର ଶେଷ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ପ୍ରଶ୍ନର ଉତ୍ତର ନଦେଇ ମୟଙ୍କ ସୋ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଘରକୁ ୧ କୋଟି ଟଙ୍କା ଏବଂ ହୁଣ୍ଡାଇ i20 କାର ଧରି ଆସିଥିଲେ ।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ KBCର ସବୁଠାରୁ କୁନି ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ହରିୟାଣାର ମହେନ୍ଦ୍ରଗଡର ଅଷ୍ଟମ ଶ୍ରେଣୀର ଛାତ୍ର ମୟଙ୍କ ଲାଲ କେବିସି ଜୁନିଅରରେ ନିଜର ଜ୍ଞାନ ଏବଂ ପ୍ରତିଭା ଦ୍ୱାରା ୧ କୋଟି ଟଙ୍କା ଜିତି ରାଜ୍ୟ ପାଇଁ ପୁରସ୍କାର ଆଣିଛନ୍ତି । ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ମୟଙ୍କଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.