ପୁଣି ଲଜ୍ଜା, ୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ

ରାଜଧାନୀର ଦିଲ୍ଲୀରୁ ବଳାତ୍କାର ମାମଲା ସାମ୍ନାକୁ ଆସିଛି । ୧୨ ବର୍ଷର ନାବାଳିକାକୁ ଦିଲ୍ଲୀର ସଦର ବଜାରରେ ଏକ ନିର୍ଜନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରାଯାଇଥିଲା। ପୋଲିସ କହିଛି ଯେ ତିନି ନାବାଳକଙ୍କ ସମେତ ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ନୂଆଦିଲ୍ଲୀ : ରାଜଧାନୀର ଦିଲ୍ଲୀରୁ ବଳାତ୍କାର ମାମଲା ସାମ୍ନାକୁ ଆସିଛି । ୧୨ ବର୍ଷର ନାବାଳିକାକୁ ଦିଲ୍ଲୀର ସଦର ବଜାରରେ ଏକ ନିର୍ଜନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରାଯାଇଥିଲା। ପୋଲିସ କହିଛି ଯେ ତିନି ନାବାଳକଙ୍କ ସମେତ ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ପୋଲିସ ସୁଚନା ଅନୁଯାୟୀ, ଅଭିଯୁକ୍ତ ମହିଳା ଜଣକ ସଦର ବଜାରରେ ଅବସ୍ଥିତ ବ୍ୟକ୍ତିଙ୍କ ଚା ଦୋକାନରେ ଜଣେ ଗ୍ରାହକ ଥିଲେ। ସେ ଏହି ଗଣଦୁଷ୍କର୍ମରେ ନାବାଳକଙ୍କୁ ସାହାଯ୍ୟ କରିଥିଲେ। ଅଭିଯୁକ୍ତ ନାବାଳକ ମାନେ ସେହି ଦୋକାନରେ କାମ କରନ୍ତି । ବଳାତ୍କାରର ଏହି ଘଟଣା ସଂପୂର୍ଣ୍ଣ ଯୋଜନା ସହିତ କରାଯାଇଥିଲା । ଜାନୁଆରୀ ୧ ରେ ଚା ’ଷ୍ଟଲ ମାଲିକ ଉକ୍ତ ଅଞ୍ଚଳର ଜଣେ ମହିଳାଙ୍କୁ ନୂଆ ବର୍ଷ ପାଳନ ପାଇଁ କିଛି ଖାସ୍‌ ବ୍ୟବସ୍ଥା କରିବାକୁ କହିଥିଲେ। ତା ପରଦିନ ମହିଳା ଜଣକ, ତାଙ୍କ ସହ କାମ କରୁଥିବା ଜଣେ ୧୨ ବର୍ଷର ସଫେଇ କର୍ମଚାରୀଙ୍କୁ ମିଛ-ସତ କହି, ପ୍ରଲୋଭନ ଦେଖାଇ ଏକ ଅସ୍ଥାୟୀ କୋଠାକୁ ନେଇଥିଲେ। ସେଠାରେ ଚା ଦୋକାନୀ ସମେତ ଗଣ ଦୁଷ୍କର୍ମ କରିଥିଲେ । ପରେ ନାବାଳିକାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଫଳରେ ନାବାଳିକା ଜଣକ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ କିଛି ଜଣାଇ ନଥିଲେ। ପରଦିନ ଯେତେବେଳେ ସଫେଇ କରିବାକୁ ସଦର ବଜାରକୁ ଆସିଥିଲେ, ସେଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଭେଟିଥିଲେ ଏବଂ ତାଙ୍କୁ ଘଟଣା ସମ୍ପର୍କରେ କହିଥିଲେ ।

ସେ ତାଙ୍କ ପିତାମାତାଙ୍କୁ ସୂଚନା ଦେଇଥିଲେ ଏବଂ ପରିବାର ପୋଲିସ ସହିତ ଯୋଗାଯୋଗ କରିଥିଲେ । ପୋଲିସ କହିଛି ଯେ ପୀଡିତା ଅଭିଯୋଗ ଆଣିବାର କିଛି ଘଣ୍ଟା ପରେ ଗ୍ୟାଙ୍ଗ ବଳାତ୍କାର ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ତେବେ ଅଭିଯୁକ୍ତ ଚା ଦୋକାନର ମାଲିକ ଛତିଶଗଡର ବାସିନ୍ଦା ହୋଇଥିବାବେଳେ ତାଙ୍କ ଦୋକାନରେ କାମ କରୁଥିବା ତିନି ନାବାଳକ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.