‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’, ‘କାଦମ୍ବିନୀ ପତ୍ରିକା ହାଟ’ଏବଂ କବି-କବିତା କାର୍ଯ୍ୟକ୍ରମ ଉଦଯାପିତ

ସାହିତ୍ୟମୟ ପରିବେଶ ଭିତରେ ରବିବାର ଦିନ ଆୟୋଜିତ ହୋଇଛି ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’, ‘କାଦମ୍ବିନୀ ପତ୍ରିକା ହାଟ’ଏବଂ କବି-କବିତା କାର୍ଯ୍ୟକ୍ରମ । ଏହା ସହିତ କୁନାକୁନି ମେଳା ଓ ଶିଶୁ ସାହିତ୍ୟ ମହୋତ୍ସବର ମଧ୍ୟ ଆୟୋଜନ କରାଯାଇଥିଲା ।

ସାହିତ୍ୟମୟ ପରିବେଶ ଭିତରେ ରବିବାର ଦିନ ଆୟୋଜିତ ହୋଇଛି ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’, ‘କାଦମ୍ବିନୀ ପତ୍ରିକା ହାଟ’ଏବଂ କବି-କବିତା କାର୍ଯ୍ୟକ୍ରମ । ଏହା ସହିତ କୁନାକୁନି ମେଳା ଓ ଶିଶୁ ସାହିତ୍ୟ ମହୋତ୍ସବର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ଭାରତୀୟ ସାହିତ୍ୟିକା ମୃଦୁଳା ଗର୍ଗଙ୍କୁ ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪ ଏବଂ ବିଶିଷ୍ଟ କଥାକାର, ସମ୍ପାଦକ ତଥା ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ୍ ସଚିବ ବିଜୟ ନାୟକଙ୍କୁ ପ୍ରଦାନ କରାଯାଇଛି କାଦମ୍ବିନୀ ସାହିତ୍ୟ ସମ୍ମାନ-୨୦୨୪ ।

ଜୀବନରେ ଟଙ୍କା ବଡ ନୁହେଁ ହୃଦୟ ବଡ଼ । ଆଜି ସମାଜରେ ଭଲ ହୃଦୟର ଲୋକଙ୍କ ଯୋଗୁଁ ଦୁନିଆ ତିଷ୍ଠି ରହିଛି । ସମ୍ମାନ ଗ୍ରହଣ କରି ଶ୍ରୀମତୀ ଗର୍ଗ ଏକଥା କହିବା ସହ କାଦମ୍ବିନୀ ତଥା କିଟ୍, କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମାଆଙ୍କ ସ୍ମୃତିରେ ଏହି ସମ୍ମାନ ପ୍ରଦାନ କରାଯାଉଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଥିଲେ । ସେହିପରି ବିଜୟ ନାୟକ କହିଲେ, ପରିବର୍ତ୍ତନ ସଭ୍ୟତା ସହ ଜଡ଼ିତ । ଡ. ଅଚ୍ୟୁତ ସାମନ୍ତ ସଭ୍ୟତା ଓ ସଂସ୍କୃତି ମଧ୍ୟରେ ସମନ୍ୱୟ ଆଣି ପାରିଛନ୍ତି । ସାହିତ୍ୟ ଓ କଳା ହେଉଛି ଗୋଟିଏ ରାଜ୍ୟର ପଦଚିହ୍ନ । କାଦମ୍ବିନୀ ହେଉଛି ଆମ ରାଜ୍ୟର ପ୍ରତିବିମ୍ବ ନୁହେଁ ପ୍ରତିଧ୍ୱନୀ ।
kadambini.

ଉତ୍ସବର ଅନ୍ୟତମ ଅତିଥି ବିଶିଷ୍ଟ ଲେଖିକା ଅନୀତା ଅଗ୍ନିହୋତ୍ରୀ କହିଲେ, ଛୋଟ ଛୋଟ ପତ୍ରିକା ହେଉଛି ସାହିତ୍ୟର ପ୍ରାଣ । ପତ୍ରିକାହାଟ ଏକ ଭଲ ପରିକଳ୍ପନା ବୋଲି ସେ କହିଥିଲେ ।  ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଚଳଚ୍ଚିତ୍ର ଅଭିନେତା ଅଭୟ ବର୍ମା କହିଥିଲେ, କିଟ୍ ଓ କିସ୍ ବୁଲିବା ପରେ ମୁଁ ଜୀବନର ବାସ୍ତବ ମୂଲ୍ୟ ବୁଝିପାରିଛି । ଗୁରୁଙ୍କୁ କେବେ ବି ଜୀବନରେ ଭୁଲିଯିବା ଉଚିତ ନୁହେଁ । ସେହିପରି ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ସନ୍ଦୀପ ସିଂହ କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜୀବନରେ ସମ୍ମାନ ଓ ସ୍ନେହ ସବୁଠାରୁ ବଡ଼ ବୋଲି ମୁଁ ଏଠାରୁ ଶିଖିବାକୁ ପାଇଲି ବୋଲି କହିଥିଲେ। ଆଗମୀ ୩ବର୍ଷ ପାଇଁ ଓଡ଼ିଶାର ପ୍ରତିଭାଙ୍କୁ ନେଇ କିଛି କରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ବିନୋଦ ଗନତ୍ରା ନିଷ୍କାମ କର୍ମଯୋଗ କଣ ତାହା ଏଠାକୁ ଆସିବା ମୁଁ ଜାଣି ପାରିଛି ବୋଲି କହିଛନ୍ତି।

ମୃଦୁଳା ଗର୍ଗଙ୍କୁ ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪ ବାବଦରେ ୫ଲକ୍ଷ ଟଙ୍କାର ଅର୍ଥରାଶି, ରୌପ୍ୟ ପଦକ, ସନନ୍ଦ ପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ବିଜୟ ନାୟକଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ମାନ-୨୦୨୪ ବାବଦରେ ୧ଲକ୍ଷ ଟଙ୍କାର ଅର୍ଥରାଶି, ସନନ୍ଦ ପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ସେହିପରି ‘ସୁଲେଖା’ ସମ୍ପାଦକ ସଦାଶିବ ମିଶ୍ର ଓ ‘ଗୋଧୂଳି’ ସମ୍ପାଦିକା ବିମଳା ସିଂହଙ୍କୁ କାଦମ୍ବିନୀ ସମ୍ପାଦକ ସମ୍ମାନ ସହ ୧୦ହଜର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ପ୍ରଫେସର ବୈଷ୍ଣବ ଚରଣ ସାମଲ, ରାଧାବିନୋଦ ନାୟକ, ସୁକାମିନୀ ନନ୍ଦ, ତୁଳସୀ ଓଝା ଓ ପ୍ରଫେସର ନାରାୟଣ ସାହୁଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୪’ ପ୍ରଦାନ କରାଯାଇଥିବା । ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ସେହିପରି ପାଲା ଗାୟିକା ପ୍ରଜ୍ଞା ରାଉତଙ୍କୁ ‘କାଦମ୍ବିନୀ ସମ୍ବର୍ଦ୍ଧନା-୨୦୨୪’ ପ୍ରଦାନ କରାଯାଇଥିଲା ।

kadambini.

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘କାଦମ୍ବିନୀ’ ଓ ‘କୁନିକଥା’ ଜାନୁଆରୀ ସଂଖ୍ୟା ଶୁଭ ଉନ୍ମୋଚନ ହୋଇଥିଲା । କାର୍ଯ୍ୟକ୍ରମରେ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ‘କାଦମ୍ବିନୀ’ ଓ ‘କୁନିକଥା’ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ଡ. ଇତିରାଣୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଯୁବସାହିତ୍ୟ ସମ୍ମିଳନୀରେ ବିଶିଷ୍ଟ ସାହିତ୍ୟିକ ମିହିର କୁମାର ସାହୁ, ପଞ୍ଚାନନ ନାୟକ ଓ ଚିରଶ୍ରୀ ଇନ୍ଦ୍ରସିଂ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡିଲେଶ୍ୱର ରଣା, ସୌମ୍ୟା ମହାପାତ୍ର, ସଞ୍ଜୟ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ହଣ କରିଥିଲେ । କାର୍ଯ୍ୟକ୍ରମର ସଞ୍ଚାଳନା କରିଥିଲେ ବିଭାବତୀ ଦାଶ ଓ କୈଳାସ ବେହେରା ।

kadambini.

ପ୍ରଜ୍ଞାପାରମିତା ରଥ, ମିୟୋଗ ରଞ୍ଜନ ପାତ୍ର ଓ ବେଦପ୍ରକାଶ ନାୟକଙ୍କୁ ଗଳ୍ପ ପାଇଁ ‘କାଦମ୍ବିନୀ ନବଉନ୍ମେଷ ପୁରସ୍କାର’ ପ୍ରଦାନ କରାଯାଇଥିଲା । କବିତା ପାଇଁ ନିଖିଳେଶ ମିଶ୍ର, ଅବକାଶ ପ୍ରଧାନ, ସଂଘମିତ୍ରା ଭୂତିଆ, ଆଶିଷ କୁମାର ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ଶିଶୁସାହିତ୍ୟ ସମ୍ମିଳନୀ ଓ କୁନାକୁନି ମେଳାରେ ବିନୋଦ ଗନତ୍ରା, ବିଶିଷ୍ଟ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ବାବା ରାମନାରାୟଣ ଦାସ ଓ କଲିକତାସ୍ଥିତ ଏସ୍ଆର୍ଏଫ୍ଟିର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ପ୍ରମୁଖ ଯୋଗ ଦେଇଥିବାଲେ । ଯୁଗଳ କିଶୋର ଷଡ଼ଙ୍ଗୀ, ଜ୍ୟୋତିର୍ମୟୀ ମହାନ୍ତି, ମାନସ ରଞ୍ଜନ ସାମଲ ଓ ଶରତ କୁମାର ନାୟକଙ୍କୁ କୁନିକଥା ପ୍ରିୟଲେଖକ ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ କୁନିକଥା କୁନି-ପ୍ରତିଭା ପୁରସ୍କାର ସହ ଶିଶୁସାହିତ୍ୟ ସମ୍ମିଳନୀ ଓ କୁନାକୁନି ମେଳା ଏବଂ କଥା-କବିତା-ନୃତ୍ୟ-ସଙ୍ଗୀତ କାର୍ଯ୍ୟକ୍ରମ କୁନି ପ୍ରତିଭାମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା । ଏହି ଅବସରରେ କବି ଓ କବିତା ଶୀର୍ଷକ ସମ୍ପାଦକ-କବିମାନଙ୍କୁ ନେଇ ଅନୁଷ୍ଠିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ମୋଟ ୬ ହଜାରରୁ ଊର୍ଦ୍ଧ୍ୱ ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିବା ବେଳେ ୫ଶହରୁ ଊର୍ଦ୍ଧ୍ୱ ପତ୍ରିକା ‘ପତ୍ରିକା ହାଟ’ରେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.