ସୁବର୍ଣ୍ଣରେଖା ନଦୀରେ ବୁଡ଼ି ପର୍ଯ୍ୟଟକ ମୃତ

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ବାରୁଣୀ ପଡ଼ିଆରେ ବସ ରଖି ସମସ୍ତ ଯାତ୍ରୀ ସୁବର୍ଣ୍ଣରେଖା ନଦୀରେ ଗାଧେଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ପାଣିରେ ବୁଡ଼ିଯାଇଥିଲେ ।

 ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ବୁଡ଼ି ପର୍ଯ୍ୟଟକ ମୃତ । ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର 70 ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ମହାବୀର ନାମକ ବସ ଯୋଗେ କଲିକତାର ବିଭିନ୍ନ ସ୍ଥାନରୁ  ତୀର୍ଥସାରି ଫେରୁଥିବା ବେଳେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ବାରୁଣୀ ପଡ଼ିଆରେ ବସ ରଖି ସମସ୍ତ ଯାତ୍ରୀ ସୁବର୍ଣ୍ଣରେଖା ନଦୀରେ ଗାଧେଇବାକୁ ଯାଇଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ଯୁବକ ପାଣିରେ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଏବଂ ସାଥି ପର୍ଯ୍ୟଟକ ଯୁବକ ଜଣଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣଙ୍କ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ଗ୍ରାମର ଅଜିତ ଭୋଳ ବୋଲି ଜଣାପଡିଛି  । ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.