ଜଲପାଇଗୁଡି: ଓଲଟିଲା ପଥର ଓଭରଲୋଡିଂ ଟ୍ରକ, ଅକାଳରେ ଚାଲିଗଲା ୧୩ ଜୀବନ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ଜଲପାଇଗୁଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଲା ୧୩ ଜୀବନ। ଆଉ କିଛି ଲୋକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ପଶ୍ଚିମବଙ୍ଗର ଜଳଫାଇଗୁଡ଼ି ନିକଟରେ ଏକ ପଥର ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଏକ କାର୍ ଓ ଟାଟା ମ୍ୟାଜିକ୍ ଭ୍ୟାନ୍ ଉପରେ ଓଲଟିଥିଲା। ଏଥିରେ ୧୩ଜଣଙ୍କର ଜୀବନ ଚାଲିଯାଇଛି । ଏପିରିକି କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।


ସୂଚନାନୁଯାୟୀ, ଟ୍ରକରେ ପଥର ଓଭରଲୋଡିଂ ହୋଇଥିଲା । ଆବଶ୍ୟକ ଠାରୁ ଅଧିକ ଜିନିଷ. ପରିବହନ କରୁଥିବାରୁ ଡ୍ରାଇଭର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.