ୟୁନିଭରସିଟି ହଷ୍ଟେଲରେ ନିଆଁ: ୧୪ ମୃତ, ୧୮ ଗୁରୁତର

କୁର୍ଦ୍ଦିସ୍ତାନ ଅଞ୍ଚଳରେ ଏରାବିଲ ଏକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ୟୁନିଭରସିଟିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି ।

ଇରାକ : ଇରାକର ଏରାବିଲ ସ୍ଥିତ ଏକ ୟୁନିଭରସିଟିରେ ନିଆଁ ଲାଗିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିବା ଜଣାପଡିଛି । ଖବର ପାଇ ତୁରନ୍ତ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କୁର୍ଦ୍ଦିସ୍ତାନ ଅଞ୍ଚଳରେ ଏରାବିଲ ପ୍ରାନ୍ତରେ ସୋରନ ସହରରେ ଶୁକ୍ରବାର ରାତିରେ ନିଆଁ ଲାଗିବା ଯୋଗୁଁ ଏଭଳି ଅଘଟଣ ଘଟିଛି ।

ଖବର ମୁତାବକ, କୁର୍ଦ୍ଦିସ୍ତାନ ଅଞ୍ଚଳରେ ଏରାବିଲ ଏକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ୟୁନିଭରସିଟିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ୟୁନିଭରସିଟିର ତୃତୀୟ ଏବଂ ଚତୁର୍ଥ ମହଲାରେ ନିଆଁ ଲାଗିଯାଇଥିଲା । ଏହି ବିଲିଡିଂରେ ଛାତ୍ର ଏବଂ ଶିକ୍ଷକ ରହୁଥିଲେ । ନିଆଁ ଚାହୁଁ ଚାହୁଁ ବିଲିଡିଂର ଚାରିଆଡେ ଲାଗିଯାଇଥିଲା । ତେବେ ପ୍ରାରମ୍ଭିକ ଯାଞ୍ଚରୁ ନିଆଁ ସର୍ଟ ସର୍କିଟରୁ ଲାଗିଥିବା ଜଣାପଡିଛି । ୧୪ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେମାନଙ୍କ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

ଏମାନଙ୍କ ଭିତରୁ କେତେ ଜଣ ଛାତ୍ର ଆଉ କେତେ ଜଣ ଶିକ୍ଷକ ଜଣାପଡିନହିଁ । ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । କିଛି ଗୁରୁତର ଭାବେ ଜଳିଯାଇଛନ୍ତି । ତେଣୁ ମୃତକଙ୍କ ସଂଖ୍ୟା ବଢିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.