UCO ବ୍ୟାଙ୍କରେ SO ପଦବୀ ଖାଲି, ଅଫଲାଇନ ମୋଡରେ କରନ୍ତୁ ଆବେଦନ

ୟୁକୋ ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦ ଖାଲିପଡିଛି । ଏହି ଭର୍ତ୍ତି ଅଭିଯାନ ପାଇଁ ଅଫଲାଇନ ମୋଡରେ ଆବେଦନ କରିପାରିବେ । ଆବେଦନ ପତ୍ର ଜମା କରିବାର ଶେଷ ତାରିଖ ୨୭ ଡିସେମ୍ବର ୨୦୨୩ ରହିଛି ।

ବ୍ୟାଙ୍କ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ୟୁକୋ ବ୍ୟାଙ୍କ ପକ୍ଷରୁ ନୋଟିଫିକେସନ ଜାରି ହୋଇଛି । ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦ ଖାଲିପଡିଛି । ଏହି ଭର୍ତ୍ତି ଅଭିଯାନ ପାଇଁ ଅଫଲାଇନ ମୋଡରେ ଆବେଦନ କରିପାରିବେ । ଆବେଦନ ପତ୍ର ଜମା କରିବାର ଶେଷ ତାରିଖ ୨୭ ଡିସେମ୍ବର ୨୦୨୩ ରହିଛି ।

ପଦବୀ ବିବରଣୀ : ୧୨୭

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୭ ଡିସେମ୍ବର ୨୦୨୩ ପୂର୍ବରୁ କରନ୍ତୁ ଆବେଦନ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ହେବ । ପ୍ରଥମେ ପ୍ରାର୍ଥୀଙ୍କ ସର୍ଟଲିଷ୍ଟ କରାଯିବ । ଏହାପରେ ଇଣ୍ଟରଭ୍ୟୁ ଏବଂ ଅନ୍ୟ ପ୍ରକ୍ରିୟା ପାଇଁ ଡକାଯିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ସାଧାରଣ ବର୍ଗ/ଓବିସି ଏବଂ EWS ପ୍ରାର୍ଥୀ ୮୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ବିନା ଶୁଳ୍କରେ କରିପାରିବେ ଆବେଦନ । ଆବେଦନ ଶୁଳ୍କ ନେଟ ବ୍ୟାଙ୍କିଂ ଏବଂ NEFT ଦ୍ୱାରା କରିହେବ ।

କେମିତି କରିବେ ଆବେଦନ : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ୟୁକେ ବ୍ୟାଙ୍କର ଅଫିସିଆଲ ୱେବସାଇଟ ucobank.com କୁ ଯାଇ ଆବେଦନ ଫର୍ମ ଡାଉନଲୋଡ କରିଦିଅନ୍ତି ।

ଏହାପରେ ଫର୍ମ ଭରିବା ପରେ ସମସ୍ତ ବିବରଣୀ ସଠିକ୍‌ ଭାବେ ଦେବା ପରେ ନିମ୍ନଲିଖିତ ଠିକଣାରେ ପଠାଇବାକୁ ଅନୁରୋଧ ।

General Manager, UCO Bank, Head Office, 4th Floor, H.R. Department, 10, BTM Sarani, Kolkata, West Bengal – 700 001.

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.