Below header

ନିଜ ଅପହରଣ ଯୋଜନା ରଚିଥିଲା ୧୪ ବର୍ଷୀୟ ନାବାଳକ, ଘର ଲୋକଙ୍କ ଠାରୁ ଦାବି କରିଥିଲା ୧୦ ଲକ୍ଷ ଟଙ୍କା      

ବୁଧବାର ରାତିରେ ଚେନ୍ନାଇର ଏକ ପରିବାର ନିକଟକୁ ଏକ ଫୋନ କଲ ଆସିଥିଲା ଫୋନରେ ଘର ଲୋକ ଜାଣିବାକୁ ପାଇଲେକି ୧୪ ବର୍ଷର ତାଙ୍କ ପୁଅକୁ କିଏ ଅପହରଣ କରିନେଇଛି ଯଦି ପୁଅକୁ ଫେରିପାଇବାକୁ ଚାହୁଁଛନ୍ତି ତେବେ ୧୦ ଲକ୍ଷ ଟଙ୍କା ଫିରୋତି ବାବଦରେ ଦେବାକୁ ପଡିବ ଫୋନ କଲ ରିସିଭ ପରେ ବାଳକଟିର ପିତା ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ଏତଲା ଦାୟର କଲେ ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଟିମ ଯାଞ୍ଚରୁ ଅଭିଯୁକ୍ତ ମାନଙ୍କ ବିଷୟରେ ଜାଣି ପାରିବା ପରେ ଘଟଣା ସ୍ଥଳରେ ଯାଇ ପହଂଚିଥିଲେ ଘଟଣା ସ୍ଥଳରେ ପୋଲିସ ଅପହୃତ ୧୪ ବର୍ଷୀୟ ନାବାଳକକୁ ଉଦ୍ଧାର କରିଥିଲେ ପୋଲିସ ବାଳକ ଟିକୁ ଉଦ୍ଧାର କରିବା ସହ ନିକଟସ୍ଥ ସିସିଟିଭି ଫୁଟେଜ ଗୁଡିକୁ ଯାଞ୍ଚ କରିଥିଲେ କିନ୍ତୁ ଏହି ସମୟରେ ବାଳକ ଟିକୁ ଏବାବଦରେ ପଚରା ଉଚୁରା କରାଯିବାରୁ ବାଳକ ଜଣଙ୍କ ପୋଲିସର ପ୍ରଶ୍ନ ଗୁଡିକୁ ଟାଳି ଦେଇଥିଲା

କିନ୍ତୁ ସିସିଟିଭି ତନାଘନାରୁ ପୋଲିସକୁ ଯେଉଁ ସୁରାକ ମିଳିଥିଲା ତାହା ସମସ୍ତଙ୍କୁ ତାଯୁବ କରି ଦେଇଥିଲା ସିସିଟିଭରୁ ଜଣାଯାଇଥିଲାକି ଏକ ଅଟୋରିକ୍ସା ନାବାଳକଟିକୁ ଷ୍ଟାଡିୟମ ନିକଟରେ ଓଲ୍ହାଇ ଦେଇଥିଲା ଅଟୋର ରେଜିଷ୍ଟ୍ରେସନ ନମ୍ବରରୁ ପୋଲିସ ଡ୍ରାଇଭର ଜଣଙ୍କୁ ଠାବ କରିଥିଲେ ଡ୍ରାଇଭର ଜଣଙ୍କୁ ପଚରା ଉଚୁରାରୁ ପୋଲିସ ଜାଣିବାକୁ ପାଇଥିଲେକି, ସେହି ନାବାଳକ ଓ ତାଙ୍କର ଜଣେ ସାଙ୍ଗ ଏକା ସାଥିରେ ମୋବାଇଲ ଆପ ଜରିଆରେ ଅଟୋ ବୁକିଙ୍ଗ କରିଥିବା ବେଳେ ଭଡା ବାବଦରେ ୪୦  ଟଙ୍କା ଦେଇଥିଲେ ଏହା ପରେ ଅଟୋରିକ୍ସା ଡ୍ରାଇଭର ଠାରୁ ସବୁ ଶୁଣିବା ପରେ ପୋଲିସ ଅପହରଣ ହୋଇଥିବା ବାଳକ ନିକଟରେ ପହଞ୍ଚିଥିଲା ପୋଲିସ ଭୟରେ ନାବାଳକଟି ସ୍ୱୀକାର କରିଥିଲାକି, ଏହି ସମସ୍ତ ଅପହରଣ ଘଟଣା ନିଜେ ନାବାଳକ ଜଣଙ୍କ ପୂର୍ବରୁ ଯୋଜନା କରିଥିଲା

ବାପାଙ୍କ ସିଂପାଥି ପାଇବାକୁ ଏହି ସବୁ ପ୍ଲାନ କରିଥିଲା ୧୪ ବର୍ଷୀୟ ନାବାଳକ ଜଣଙ୍କ ଆଉ ନିଜ ବୟାନରେ ନାବାଳକ ଜଣଙ୍କ ସ୍ୱୀକାର କରିଛିକି, ଏକ ମୋବାଇଲ ଆପ୍ଲିକେସନ ବ୍ୟବହାର କରି ନିଜ ସ୍ୱର ବଦଳାଇ ଘର ଲୋକଙ୍କ ସହ କଥା ହୋଇଥିଲା ପୋଲିସ ନିଜ ବୟାନରେ କହିଛନ୍ତିକି, ଅଧିକାଂଶ ସମୟରେ ନାବାଳକ ଟିର ପିତା ତା ଉପରେ ରାଗିବା ସହ କଡ଼ା ତାଗିଦ କରନ୍ତି ଏହା ନାବାଳକଟିକୁ ଅତିଷ୍ଠ କରି ଦେଇଥିବା ବେଳେ ସିଂପାଥି ପାଇବା ପାଇଁ ନିଜ ଅପହରଣ ଯୋଜନା ରଚିଥିଲା କିନ୍ତୁ ଅପହରଣରେ ଟଙ୍କା ଡିମାଣ୍ଡ କଲେ ଏହା ଏକ ପ୍ରକୃତ ଅପହରଣ ଭଳି ଲାଗିବ ବୋଲି ୧୦ ଲକ୍ଷ ଟଙ୍କା ଦାବି କରିଥିଲା

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.