ପାକିସ୍ତାନରେ କୋଇଲା ଖଣିରେ ରକ୍ତାକ୍ତ ସଂଘର୍ଷ, ୧୬ ମୃତ
ପାକିସ୍ତାନର ପେଶାଓ୍ଵର ଠାରୁ ୩୫ କିମି ଦୂର ଡେରା ଆଦମ ଖେକରେ ସନିଖେଲ ଏବଂ ଜରୁଧନ ଖେଳ ଜନଜାତି ମଧ୍ୟରେ ରକ୍ତାକ୍ତ ସଂଘର୍ଷ । କୋଇଲା ଖଣିକୁ ନେଇ ସବୁବେଳେ ଏମିତି ସଂଘର୍ଷ ହେଉଛି । ଏହି ଘଟଣାରେ ୧୬ ଜଣଙ୍କ ଜୀବନ ଚାଲିଯାଇଛି ।
ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳରେ କୋଇଲା ଖଣିର ସୀମାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । ଏହି ଘଟଣାରେ ୧୬ ଜଣ ନିରୀହ ଲୋକଙ୍କ ଜୀବନ ଚାଲିଯାଇଛି । ଅନେକ ଗୁରୁତର ହୋଇ ସଂଘର୍ଷ କରୁଚନ୍ତି । ଘଟଣାଟି ପେଶାଓ୍ଵର ଠାରୁ ୩୫ କିମି ଦୂର କୋହାଟ ଜିଲ୍ଲାର ଡେରା ଆଦମ ଅଞ୍ଚଳରେ ହୋଇଛି ।
ଖବର ମୁତାବକ, ଡାରା ଆଡାମ ଖେକ କୋହଟ ଅଞ୍ଚଳରେ ଥିବା ଏକ ଖଣିର ସୀମାକୁ ନେଇ ସନିଖେଲ ଏବଂ ଜରଧୁନ ଖେଲ ନାମକ ୨ ଜନଜାତି ସମ୍ପ୍ରଦାୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହେବାରୁ ୧୬ ଜଣଙ୍କ ଜୀବନ ଚାଲିଯାଇଛି । ସେହିପରି ଅନେକ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି । ତେବେ କେତେ ଲୋକ ଆହତ ହୋଇଛନ୍ତି, ତା’ ବିଷୟରେ ଏପର୍ଯ୍ୟନ୍ତ ବିଶେଷ କିଛି ଜଣାପଡିନାହିଁ । ଆହତମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି ।
Pakistan: 16 killed in tribal feud over coal mine dispute in Kohat
Read @ANI Story | https://t.co/bxsRvZN6h6#Pakistan #Coaldispute #Tribalfued pic.twitter.com/m4cBdphZ0T
— ANI Digital (@ani_digital) May 16, 2023
ଘଟଣା ବିଷୟରେ ଖବର ପାଇ ପୋଲିସ ଓ ଅନ୍ୟ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହି ଘଟଣାରେ ଡାରା ଆଦାମ ଖେଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ଡାରା ଆଡାମ ଖେଲ କୋହଟ କୋଇଲା ଖଣିର ସୀମାକୁ ନେଇ ସନିଖେଲ ଏବଂ ଜରଧୁନ ଖେଲ ଜନଜାତିଙ୍କ ମଧ୍ୟରେ ବିଗତ କିଛି ବର୍ଷ ଧରି ବିବାଦ ଲାଗି ଆସୁଛି। ଏହି ସମସ୍ୟାର ସମାଧାନ ପାଇଁ ଅନେକ ସମନ୍ୱୟ ବୈଠକ ବସିଥିଲେ ବି ସମାଧାନର ବାଟ ବାହାରି ପାରୁନି।
ପୋଲିସ କହିବା ମୁତାବକ, ଦୁଇଟି ଯାକ ଜନଜାତି ଲୋକଙ୍କର ବହୁତ ଜିଦିଆ । ତେଣୁ ସବୁବେଳେ ଏମିତି ଘଟଣା ଦେଖିବାକୁ ମିଳିଛି । ଦୁଇ ପକ୍ଷରୁ ଜୀବନ ହାନି ହେଉଛି ।