ପାକିସ୍ତାନ କ୍ବେଟା ସହର ପରିବା ମାର୍କେଟ୍‌ରେ ବୋମା ବିସ୍ଫୋରଣ, ୧୬ ମୃତ ଓ ୩୦ ଆହତ

ଇସଲାମାବାଦ : ପାକିସ୍ତାନର କ୍ବେଟା ସହରରେ ବୋମା ପିସ୍ଫୋରଣ । ଏକ ପରିବା ବଜାରରେ ବିସ୍ଫୋରଣ ଯୋଗୁଁ ଦୁଇଟି ଛୋଟ ପିଲାଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ସୂଚନା ଅନୁଯାୟୀ, କ୍ବେଟା ସହରରେ ଥିବା ପରିବା ମାର୍କେଟରେ ଲୋକ କିଣାବିକା କରୁଥିଲେ । ଖୁବ୍‌ ଗହଳି ଥିବା ବେଳେ ହଠାତ୍ ବିସ୍ଫୋରଣ ହେଲା । ଏହି ବିସ୍ଫୋରଣ ସୁନ୍ନି ସମ୍ପ୍ରଦାୟର ଲୋକେ ଘଟାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୮ ଜଣ ସିହା ସମ୍ପ୍ରଦାୟର ବୋଲି ଜଣାପଡ଼ିଛି । ଆହୁରି ମଧ୍ୟ ଜଣେ ସୁରକ୍ଷା କର୍ମୀ ଓ ମାର୍କେଟ୍‌ର ଜଣେ କର୍ମଚାରୀ ମଧ୍ୟ ନିହତ ହୋଇଛନ୍ତି ।

ପାକ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏହି ବିସ୍ଫୋରଣକୁ ନିନ୍ଦା କରିଛନ୍ତି। ଏହା ସହିତ ଆହତଙ୍କୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

vegetables

Leave A Reply

Your email address will not be published.