Below header

ମାଉଣ୍ଟ ଏଭରେଷ୍ଟରେ ଜମା ହୋଇ ରହିଛି ୧୦ହଜାର କିଲୋ ଅଳିଆ! ସଫା କରିବେ ୧୪ ଜଣିଆ ଟିମ୍

ଦୁନିଆର ସବୁଠୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟ ଉପରେ ଜମା ହୋଇଥିବା ଅଳିଆ ଗୁଡିକୁ ସଫା କରିବା ପାଇଁ ନେପାଳ ଏବେ ଏକ ସମର୍ପିତ ଟିମ୍ ପଠାଇବ । ଏହି ଅଭିଯାନ ପାଇଁ ନେପାଳ ସରକାର ପର୍ବତାରୋହୀ ସଙ୍ଗଠନ , ସେନା ଏବଂ ସ୍ଥାନୀୟ ସଙ୍ଗଠନଗୁଡିକୁ ଏକତ୍ରୀତ କରିଛନ୍ତି। ଅଭିଯାନ ଦ୍ବାରା ୨୫ ଏପ୍ରିଲ୍ ରୁ ୧୪ଜଣ ପର୍ବତାରୋହୀ ଏବଂ ସହଯୋଗୀ ଟିମ୍ ଏଭରେଷ୍ଟ ବେସକୁ କ୍ୟାମ୍ପରେ ଯିବେ । ଏହାର ଲକ୍ଷ୍ୟ ଏଭରେଷ୍ଟରେ ଜମା ହୋଇଥିବା ୧୦ ହଜାର କିଲୋ ଅଳିଆକୁ ସଫା କରି ଆଣିବା ଯାହା ପର୍ବତକୁ ପ୍ରଦୂଷିତ କରୁଛି।

ବେସ୍ କ୍ୟାମ୍ପ ପର୍ଯ୍ୟନ୍ତ ଅଳିଆ ଆଣିବାକୁ ଥିବା ସଦସ୍ୟ ମାନଙ୍କୁ ନେପାଳ ସରକାର ପ୍ରୋତ୍ସାହିତ ରାଶି ପ୍ରଦାନ କରିବ । ସୂଚନା ମିଳିଛି କି ଏଭରେଷ୍ଟରେ ପର୍ବତାରୋହଣ କାରଣକୁ ପ୍ରଦୂଷଣ ମାନ ବହୁତ ଅଧିକ ହୋଇଯାଇଛି । ଏଥି ପାଇଁ ନେପାଳ ଆଲୋଚନା ମଧ୍ୟ କରିଛି । ସଫା କରିବା ଅଭିଯାନ ପାଇଁ ନେପାଳର ପର୍ଯ୍ୟଟନ ବିଭାଗର ମୁଖ୍ୟ ଦାଂଦୁ ରାଜ ଧିମିରେ କହିଛନ୍ତି କି, ନେପାଳ ଉପରେ ପ୍ରାୟତଃ ମାଉଣ୍ଟ ଏଭରେଷ୍ଟକୁ ସଫା ନକରିବା ଭଳି ଅଭିଯୋଗ ଲଗାଯାଇଥାଏ । କିନ୍ତୁ ଏବେ ଆମେ ଏହାକୁ ସଫା କରିବା ପାଇଁ ଏକାଠି ହୋଇଛୁ ।

nepalଅନ୍ୟପଟେ ଏହି ସଫାଇ କାର୍ଯ୍ୟରେ ସହଯୋଗ କରୁଥିବା ଏକ ସଙ୍ଗଠନ କହିଛି କି ସରକାର ପ୍ରଥମ ଥର ଏଭରେଷ୍ଟକୁ ସଫା କହିବାର ପଦକ୍ଷପ ନେଇଛନ୍ତି କିନ୍ତୁ ଏହା ଏକ ବର୍ଷର ଭିତରେ ହେବା ସମ୍ଭବ ନୁହେଁ । ଏଥିପାଇଁ ଲଗାତାର ପ୍ରୟାସ ଜାରି ରଖିବାକୁ ପଡିବ । ତେବେ ମିଳିଥିବା ସୂଚନା ମୁତାବକ ଏଭରେଷ୍ଟରେ ବଢୁଥିବା ଅଳିଆକୁ ନଜରରେ ରଖି ଚୀନ୍ ଚଳିତବର୍ଷ ଏଭରେଷ୍ଟ ଆହୋରଣ କରୁଥିବା ଲୋକମାନଙ୍କ ସଂଖ୍ୟାରେ ହ୍ରାସତା ଆଣିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ୪ହଜାରରୁ ଅଧିକ ପର୍ବତାରୋହୀ ଛୁଇଁ ସାରିଲେଣି ଏଭରେଷ୍ଟ:

୬୬ବର୍ଷ ପୂର୍ବେ ଏଡମଣ୍ଡ ହିଲରୀ ଏବଂ ତେଜିଂଗ ନାଁର୍ଗି ପ୍ରତମ ଥର ୮,୮୪୮ ମିଟର ଉଚ୍ଚ ଏଭରେଷ୍ଟ ଚଢିଥିଲେ । ଏହାପରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪ହଜାରରୁ ଅଧିକ ଲୋକ ଏଭରେଷ୍ଟ ଚଢିସାରିଲେଣି । ଗତବର୍ଷ ୮୦୭ ପର୍ବତାରୋହୀ ଏଭରେଷ୍ଟ ଚଢିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.