ହନୁମାନ ଜୟନ୍ତୀ ପୂର୍ବରୁ ଫୁଲନଖରାରେ ବିଗ୍ରହ ପ୍ରତିଷ୍ଠା

ନିଆଳି (କେନ୍ଯୁଜ୍) : କଟକ ସଦର ବ୍ଲକ ଅନ୍ତର୍ଗତ ଅଡାଳିଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ହନୁମାନଙ୍କ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଷଷ୍ଠ ବାର୍ଷିକ ଜନ୍ମୋତ୍ସବ ଓ ଅଷ୍ଟାଦଶ ବାର୍ଷିକ ଯଜ୍ଞ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଗ୍ରାମ ନିକଟସ୍ଥ ପୁଷ୍କରିଣୀରୁ ୧୦୮ କଳସ ଶୋଭାଯାତ୍ରା କରି ଯଜ୍ଞକୁଣ୍ଡ ନିକଟରେ କଳସ ପ୍ରତିଷ୍ଠା କରାଯାଇ ଯଜ୍ଞ ଆରମ୍ଭ କରାଯାଇଥିଲା। ଯଜ୍ଞଟି ଦୁଇ ଦିନ ଧରି ଅନୁଷ୍ଠିତ ହେବା ସହିତ ଭଜନ କୀର୍ତ୍ତନ ଆଦି ସାଂସ୍କ୍ରତିକ କାର‌୍ୟ୍ୟକ୍ରମ ପରିବେଷଣ କରିବଯିବା ପାଇଁ ଆୟୋଜନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.