ବିଷାକ୍ତ ମଦ ପିଇ ୧୯ ମୃତ, ୪୦ରୁ ଅଧିକ ଗୁରୁତର

ଗୁଜୁରାଟର ବୋଟାଦ ଜିଲ୍ଲାରେ ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ଏବେସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହୋଇଛି। ୪୦ରୁ ଅଧିକ ବ୍ୟକ୍ତି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତକଙ୍କ ସଂଖ୍ୟା ବଢିପାରେ। ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୦ ଜଣଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି । ଏହାଛଡା ଉଚଣ୍ଡି, ଚନ୍ଦରବା, ଆକରୁ ଏବଂ ଅନିବାରୀ ଗାଁରେ ବିଷାକ୍ତ ମଦ ପିଇ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ସେହିପରି ଅହମ୍ମଦାବାଦର ଧନ୍ଧୁକାରେ ବିଷାକ୍ତ ମଦ ପିଇ ଅନେକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଅନ୍ୟଦିଗରେ ଏସଆଇଟି ବ୍ୟତୀତ ଗୁଜୁରାଟ ଏଟିଏସ ଭିନ୍ନ ଭିନ୍ନ ଦିଗରୁ ମାମଲାର ତଦନ୍ତ କରୁଛି । ସେହିପରି ଭାବନଗର ଆଇଜି ଅଶୋକ ଯାଦବଙ୍କ କହିବାନୁସାରେ, ଦୋଷୀ ଖସି ପାରିବେନି । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୁଜୁରାଟରେ ମଦ ଉପରେ କଟକଣା ଲାଗିଛି । ଏହା ସତ୍ତ୍ୱେ ମଦ କେଉଁଠୁ ଆସୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ଏବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ୨୦୧୭ରୁ ରାଜ୍ୟରେ ମଦ ବିରୋଧରେ ଆଇନ ରହିଛି । ଏଠାରେ ଯଦି କେହି ବେଆଇନ ଭାବେ ବିକ୍ରି କରେ ତା ଉପରେ ୧୦ ବର୍ଷର ଜେଲ ଦଣ୍ଡ ଓ ୫ ଲକ୍ଷ ଟଙ୍କାର ଜରି ମାନା ଲାଗିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.