NEET ରେ ବିଫଳ ହେବା ପରେ ଜୀବନ ହାରିଲେ ୧୯ ବର୍ଷୀୟ ଛାତ୍ର, ପୁଅର ଶବ ସତ୍କାର କରି ଚାଲିଗଲେ ବାପା

୧୯ ବର୍ଷୀୟ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି ବାପା । ତେଣୁ ପୁଅର ଶବ ସତ୍କାର କରିବା ପରେ ନିଜେ ଆତ୍ମହତ୍ୟା କଲେ । NEET ପରୀକ୍ଷାରେ ବିଫଳ ହେବା ପରେ ଯୁବକ ମୃତ୍ୟୁକୁ ଆପଣାଇଲେ । ଏହି ଘଟଣା ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଘଟିଛି ।

NEET ପରୀକ୍ଷାରେ ଦୁଇ ଦୁଇ ଥର ବିଫଳ ହେବା ଯୋଗୁଁ ଆତ୍ମହତ୍ୟା କଲେ ୧୯ ବର୍ଷୀୟ ଯୁବକ । ଆଉ ୧୯ ବର୍ଷ ପୁଅର ଶବ ସତ୍କାର କରି ନିଜ ଜୀବନ ହାରିଲା ବାପା । ଏମିତି ଘଟଣା ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଘଟିଛି ।

ସୂଚନା ଅନୁଯାୟୀ, ଜଗଦୀଶ୍ୱରନ ନାମକ ୧୯ ବର୍ଷୀୟ ଯୁବକ ଦ୍ୱାଦଶ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେବେ ଠାରୁ ନିଟ୍‌ ପରୀକ୍ଷା ଦେଉଥିଲେ । ଦୁଇବର୍ଷ ନିଟ୍‌ ପରୀକ୍ଷା ଦେଇ ବିଫଳ ହେବାରୁ ଚିନ୍ତାରେ ରହୁଥିଲେ । ଘରେ ଏକାଥିବା ବେଳେ ଆତ୍ମହତ୍ୟା କରିଥିଲେ ଯୁବକ । ବାପା ଯେତେ ଫୋନ କଲ୍‌ କରିଥିଲେ ମଧ୍ୟ ଯୁବକ ଫୋନ ଉଠାଇ ନଥିଲେ । ଏହାପରେ ତାଙ୍କ କବାଟ ଭାଙ୍ଗିବା ପରେ ଦେଖିବା ବେଳକୁ ସବୁକିଛି ଶେଷ ହୋଇଯାଇଥିଲା ।

ସଙ୍ଗେ ସଙ୍ଗେ ଯୁବକଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଃଖ ଏତିକିରେ ସରିଲାନି ଯେ, ପୁଅର ସତ୍କାର କରି ଆସିବା ପରେ ବାପା ମଧ୍ୟ ଆତ୍ମହତ୍ୟା କଲେ । ପୁଅର ମୃତ୍ୟୁକୁ ସହି ନ ପାରି ଘରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଯୁବକଙ୍କ ବାପା ।

ଏହି ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଦୁଃଖ ପ୍ରକାଶ କରିବା ସହିତ ଛାତ୍ରମାନେ ଏଭଳି କିଛି ନିଷ୍ପତ୍ତି ନ ନେବାକୁ ଅପିଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.