ତୃତୀୟ ଦିନରେ ‘ପଠାନ୍’ ଓ ‘ବାହୁବଲୀ’ର ରେକର୍ଡ ଭଙ୍ଗିଲା ‘ଗଦର ୨’

‘ଗଦର ୨’ ତୃତୀୟ ଦିନରେ ୫୧.୫୦ ରୋଜଗାର କରି ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । ‘ପଠାନ’ ଓ ‘ବାହୁବଲୀ’ ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି ।

ବଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ଇଣ୍ଡିଆନ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । ଏହି ଫିଲ୍ମକୁ ଫ୍ୟାନ୍ସ ପ୍ରଥମ ଦିନରୁ ହିଁ ଭରପୁର ଭଲ ପାଇବା ଦେଇଛନ୍ତି । ‘ଗଦର ୨’ ପ୍ରଥମ ଦିନରେ ହିଁ ୪୦.୧୦ କୋଟି ରୋଜଗାର କରିଛି । ଏହା ସହ ‘ଗଦର ୨’ ୨୦୨୩ ର ମେଗା ବ୍ଲକବଷ୍ଟର ଫିଲ୍ମ ‘ପଠାନ’ ଓ ‘ବାହୁବଲୀ’ ର ରେକର୍ଡ ଭାଙ୍ଗିଛି । ତେବେ ସନି ଦେଓଲ ଓ ଅମିଷା ପଟେଲଙ୍କ ଫିଲ୍ମ ରିଲିଜ୍‌ର ତୃତୀୟ ଦିନ କେତେ ରୋଜଗାର କରିଛି ତାହା ଜାଣିବା ।

‘ଗଦର ୨’ ରବିବାର କେତେ କୋଟି ରୋଜଗାର କରିଛି :
୨୦୦୧ରେ ଆସିଥିବା ଫିଲ୍ମ ‘ଗଦର ଏକ ପ୍ରେମ କଥା’ ର ଦ୍ୱିତୀୟ ଭାଗ ‘ଗଦର ୨’ ଶୁକ୍ରବାର ସିନେମା ହଲ୍‌ରେ ରିଲିଜ୍‌ ହୋଇଛି । ୨୨ ବର୍ଷ ପରେ ପୁଣି ଏହି ଫିଲ୍ମକୁ ଦର୍ଶକଙ୍କ ଭରପୁର ଭଲ ପାଇବା ମିଳିଛି । ତେବେ ଏହି ଫିଲ୍ମ ପ୍ରଥମ ଦିନରେ ୪୦.୧୦ କୋଟି ଓ ଦ୍ୱିତୀୟ ଦିନରେ ୪୩,୦୮ କୋଟି ରୋଜଗାର କରିଥିଲା । ଏହା ସହ ‘ଗଦର ୨’ ତୃତୀୟ ଦିନରେ ୪୯.୫୦ ବା ୫୧.୫୦ କୋଟି ଟଙ୍କାର ଜବରଦସ୍ତ ରୋଜଗାର କରିଛି । ଏହି ଫିଲ୍ମ ତିନି ଦିନରେ ୧୩୪ କୋଟି ଟଙ୍କା ରୋଜଗାର କରିଛି ।

‘ପଠାନ’ ଓ ‘ବାହୁବଲୀ’ଫିଲ୍ମର ରେକର୍ଡ ଭାଙ୍ଗିଲା ‘ଗଦର ୨’ :
‘ଗଦର ୨’ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରୁଛି । ଏହା ସହ ଫିଲ୍ମଟି ଜବରଦସ୍ତ ରୋଜଗାର ମଧ୍ୟ କରୁଛି। ଏହି ଫିଲ୍ମ ‘ପଠାନ’ ଓ ‘ବାହୁବଲୀ’ ଭଳି ବ୍ଲକବଷ୍ଟର ଫିଲ୍ମର ରେକର୍ଡ ଭାଙ୍ଗିଲା । ଏହି ସବୁ ଫିଲ୍ମର ତୃତୀୟ ଦିନର ରୋଜଗାର କିଛି ଏପରି ଥିଲା ।

.‘ପଠାନ’ ଫିଲ୍ମ ତୃତୀୟ ଦିନରେ ୩୯ କୋଟି ରୋଜଗାର କରିଥିଲା ।
.‘KGF’ ଫିଲ୍ମ ତୃତୀୟ ଦିନରେ ୫୦.୩୫ କୋଟି ରୋଜଗାର କରିଥିଲା ।
.‘ଟାଇଗର ଜିନ୍ଦା ହେ’ ଫିଲ୍ମ ତୃତୀୟ ଦିନରେ ୪୫,୫୩ କୋଟି ରୋଜଗାର କରିଥିଲା ।
.ହେଲେ ‘ଗଦର ୨’ତୃତୀୟ ଦିନରେ ୫୧.୫୦ କୋଟି ରୋଜଗାର କରିଛି ବୋଲି କୁହାଯାଉଛି ।

film

‘ଗଦର ୨’ ଫିଲ୍ମର ଷ୍ଟାର୍‌ କାଷ୍ଟ :
ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ହୋଇଥିବା ଫିଲ୍ମ ‘ଗଦର ୨’ ରେ ସନି ଦେଓଲ ଓ ଅମିଷା ପଟେଲ ତାଙ୍କ ଚରିତ୍ରକୁ ପୁନରାବୃତ୍ତି କରିଛନ୍ତି । ଫିଲ୍ମରେ ଉତ୍କଳ ଶର୍ମା ଓ ସିମରନ କର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.