ପାତାଳ ରାସ୍ତା ଖୋଜିଲେ ବୈଜ୍ଞାନିକ, ୫ ଶହ କିମି ଚଉଡ଼ାର ରହିଛି ଦ୍ୱାର

ଅଷ୍ଟ୍ରେଲିଆର କେତେକ ବୈଜ୍ଞାନିକ ଦାବି କରିଛନ୍ତି ଯେ ସମୁଦ୍ର ତଳେ ଏପରି ଏକ ଗାତ ଅଛି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀରେ ମିଳିଥିବା ସମସ୍ତ ଗାତ ଠାରୁ ବଡ଼ । ଅନ୍ୟ ଗ୍ରହରୁ କିମ୍ବା ମହାକାଶରୁ ଖସିପଡିଥିବା ଉଲକାପିଣ୍ଡ କାରଣରୁ ଏହି ଗାତ ସୃଷ୍ଟି ହୋଇଛି । ସେମାନେ ଏହାର ନାମ ଡେନିଲିକ୍ୱିନ୍ ରଖିଛନ୍ତି । ଏହାର ମୋଟେଇ ୩୨୩ ମାଇଲ ଅର୍ଥାତ୍ ପାଞ୍ଚ ଶହ କିଲୋମିଟରରୁ ଅଧିକ ।

ଦୁନିଆରେ ଏପରି ଅନେକ ଅଦ୍ଭୁତ ଜିନିଷ ଅଛି ଯାହା ଏବେ ବି ରହସ୍ୟ ଘେରରେ ରହିଛି । ଏହି ରହସ୍ୟର ସମାଧାନ ପାଇଁ ଅନେକ ବୈଜ୍ଞାନିକ ଦିନରାତି ପରିଶ୍ରମ କରୁଛନ୍ତି । ପୃଥିବୀ କିପରି ସୃଷ୍ଟି ହେଲା ଠାରୁ ଆରମ୍ଭ କରି ଅନ୍ୟ ଗ୍ରହମାନଙ୍କର ପ୍ରଭାବ ପର୍ଯ୍ୟନ୍ତ, ଏହି ସବୁ ଜିନିଷ ପଛରେ ଥିବା ସିକ୍ରେଟ ବିଷୟରେ ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ବେଳେବେଳେ ଏପରି ରହସ୍ୟ ସାମ୍ନାକୁ ଆସେ, ଯାହା ବିଷୟରେ ମଣିଷ ଚିନ୍ତା ବି କରିନଥାଏ । ଏହି ରହସ୍ୟ ପୃଥିବୀର ଗଭୀରତାରେ ଲୁଚି ରହିଥାଏ ଯେଉଁଠାରେ ମଣିଷ ପହଞ୍ଚିବା ସମ୍ଭବ ନୁହେଁ । କିନ୍ତୁ ଟେକ୍ନୋଲୋଜି ସାହାଯ୍ୟରେ ମଣିଷ ସେହି ସ୍ଥାନରେ ମଧ୍ୟ ପହଞ୍ଚି ପାରୁଛି ଏବଂ ଗଭୀର ରହସ୍ୟ ଖୋଜି ପାଉଛି ।

ନିକଟରେ ଅଷ୍ଟ୍ରେଲିଆର କେତେକ ବୈଜ୍ଞାନିକ ଦାବି କରିଛନ୍ତି ଯେ ସମୁଦ୍ର ତଳେ ଏପରି ଏକ ଗାତ ଅଛି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀରେ ମିଳିଥିବା ସମସ୍ତ ଗାତ ଠାରୁ ବଡ଼ । ଅନ୍ୟ ଗ୍ରହରୁ କିମ୍ବା ମହାକାଶରୁ ଖସିପଡିଥିବା ଉଲକାପିଣ୍ଡ କାରଣରୁ ଏହି ଗାତ ସୃଷ୍ଟି ହୋଇଛି । ଉଲକାପିଣ୍ଡ ପଡ଼ିବା ପରେ ସମୁଦ୍ରର ତଳ ଭାଗରେ ଯଦି ଏପରି ଗାତ ତିଆରି ହୋଇଛି ତେବେ ଭାବନ୍ତୁ ଯଦି ଏହା ସ୍ଥଳଭାଗରେ ପଡ଼ିଥାନ୍ତା ତେବେ ଏହାର ପରିଣାମ କ’ଣ ହୋଇଥାନ୍ତା ? ଏହି ଗାତର ମୋଟେଇ ୫ ଶହ କିଲୋମିଟରରୁ ଅଧିକ । ତେବେ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଏହାର ଅନୁସନ୍ଧାନ କରିନାହାଁନ୍ତି ଏବଂ କେବଳ ଫଟୋ ଆଧାରରେ ଏଭଳି ଦାବି କରିଛନ୍ତି ।

ବୈଜ୍ଞାନିକମାନଙ୍କର ଏଭଳି ଦାବି ପରେ ଏହା ଦୁନିଆର ସବୁଠାରୁ ବଡ ଗାତ ବା କ୍ରାଟରରେ ପରିଣତ ହୋଇଛି । ଏହା ସମୁଦ୍ରର ସମ୍ପୂର୍ଣ୍ଣ ତଳ ଭାଗରେ ଅବସ୍ଥିତ । ବିଶେଷଜ୍ଞ ଆଣ୍ଡ୍ରିୟୁ ଫିଲ୍କସନ ଏବଂ ଟୋନି ୟେଟସ୍ ଏହା ବିଷୟରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସରେ ଏହି କ୍ରାଟର ରହିଛି । ସେମାନେ ଏହାର ନାମ ଡେନିଲିକ୍ୱିନ୍ ରଖିଛନ୍ତି । ସେମାନଙ୍କ କହିବାନୁସାରେ, ଏହା ହେଉଛି ବିଶ୍ୱର ସବୁଠାରୁ ବଡ ଗାତ । ଏହାର ମୋଟେଇ ୩୨୩ ମାଇଲ ଅର୍ଥାତ୍ ପାଞ୍ଚ ଶହ କିଲୋମିଟରରୁ ଅଧିକ । ଏହାପୂର୍ବରୁ ବିଶ୍ୱର ବୃହତ୍ତମ ଗାତ ଦକ୍ଷିଣ ଆଫ୍ରିକାରେ ଥିଲା । ଏହାର ମୋଟେଇ ୧୮୬ ମାଇଲ ଥିଲା । ଅର୍ଥାତ ନୂଆ ସନ୍ଧାନ ହୋଇଥିବା ଗାତଟି ପୁରୁଣା ଗାତ ତୁଳନାରେ ୧୦୦ ଗୁଣ ଅଧିକ ବଡ଼ ।

ବୈଜ୍ଞାନିକମାନଙ୍କ ଅନୁସାରେ ଡେନିଲିକ୍ୱିନ ଦୁନିଆର ସବୁଠୁ ବଡ କ୍ରାଟର ବା ଗାତ ହୋଇପାରେ । ପ୍ରାୟ ୪୪୫ ମିଲିଅନ ବର୍ଷ ପୂର୍ବେ ଅର୍ଥାତ୍ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ଏହା ସୃଷ୍ଟି ହୋଇଥିଲା । ସେହି ସମୟରେ ଆକାଶରୁ ଖସିଥିବା ବିରାଟ ଉଲକାପିଣ୍ଡ ସମୁଦ୍ର ଭିତରେ ଏହି ଗାତ ତିଆରି କରିଥିଲା । କିନ୍ତୁ ସମୁଦ୍ର ତଳେ ଥିବାରୁ ଏହା ଜଣା ପଡ଼ିନଥିଲା ଏବଂ ବର୍ତ୍ତମାନ ଏହି ଗାତ ବିଷୟରେ ଜଣା ପଡ଼ିଛି । ବର୍ତ୍ତମାନ ସୁଦ୍ଧା କୌଣସି ମଣିଷ ଏହି ଗାତ ନିକଟରେ ପହଞ୍ଚି ପାରି ନଥିବାରୁ ଏହା ବିଷୟରେ ସବିଶେଷ ତଥ୍ୟ ଜଣା ପଡ଼ି ନାହିଁ । ବୈଜ୍ଞାନିକଙ୍କ ଅନୁଯାୟୀ, ଯଦି ସେହି ସ୍ଥାନକୁ କେହି ଯାଆନ୍ତି, ତେବେ ସେହି ସ୍ଥାନ ବିଷୟରେ ଅଧ୍ୟୟନ କରିବା ପରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.