ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ ଯୋଗୁଁ ୨୦ ପର୍ବତାରୋହୀ ମୃତ, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସବୁ ସେନା

ଉତ୍ତରାଖଣ୍ଡ ଗରଓ୍ଵାଲରେ ଭୟଙ୍କର ହିମସ୍ଖଳନ। ଏହି ହିମସ୍ଖଳନ ଯୋଗୁଁ ୨୦ ପର୍ବତାରୋହର ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଏକ ପ୍ରତିଷ୍ଠାନରେ ୨୦ ଟ୍ରେନି ପର୍ବତାରୋହୀଙ୍କର ମୃତ ହୋଇଛି। କ୍ୟାମ୍ପରେ ଆଉ କିଛି ଫସି ରହିଥିବା ଆଶଙ୍କା କରାଯାଇଛି।ଉଦ୍ଧାର କାର୍ଯ୍ୟ ପାଇଁ ଘଟଣା ସ୍ଥଳକୁ ସେନା, ଆଇଟିବିପି, ଏନଡିଆରଏଫ, ଏସଡିଆରଏଫ ଟିମ୍‌ ଯାଇଛନ୍ତି। ତେବେ ହିମସ୍ଖଳନ ତଳେ ଆଉ କିଛି ଫସିଥିବା ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି।

ଉତ୍ତରାଖଣ୍ଡର ଉତ୍ତରକାଶୀର ଦ୍ରୌପଦୀ ଦଣ୍ଡା-୨ରେ ବରଫ ଝଡ ଯୋଗୁଁ ଏହିସବୁ ପର୍ବତାରୋହୀ ଫସିଯାଇଥିଲେ। ଏହି ବରଫ ଝଡ ମଧ୍ୟରେ ନେହରୁ ଇନଷ୍ଟିଚ୍ୟୁଚ୍‌ ଅଫ ମାଉଣ୍ଟନିଅରିଂ ୨୮ ଜଣ ଟ୍ରେନି ପର୍ବତାରୋହୀ ଫସିଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣ ମୃତ୍ୟୁବରଣ କରିଥିବା ବେଳେ ଆଉ ୮ ଜଣଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ, ୨୩ ସେପ୍ଟେମ୍ବରରେ ଏମାନେ କ୍ୟାମ୍ପ ପାଇଁ ଯାଇଥିଲେ। ୫୦୦୬ ମିଟର ଟ୍ରେନିଂ କ୍ୟାମ୍ପରେ ଥିବା ଟ୍ରେନି ପର୍ବତାରୋହୀ ହଠାତ୍‌ ବରଫ ଝଡ ଯୋଗୁଁ ଫସିଯାଇଥିଲେ। ଟ୍ରେନିଂ ପ୍ରଶିକ୍ଷକଙ୍କ ଏବଂ ଟ୍ରେନିଙ୍କ ସହିତ ଏଠାରେ ୧୭୫ ଜଣ ଲୋକ ଥିଲେ। ଯେଉଁମାନଙ୍କ ମଧ୍ୟରୁ ୨୮ ଜଣ ଏହି ବରଫ ଝଡରେ ଫସିଯାଇଥିଲେ।

Also Read : କେଦାରନାଥଙ୍କ ପାଖରେ ଥିବା ବରଫ ପାହାଡ ଧସିଲା, ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.