ପାକ୍‌ ହସ୍ପିଟାଲ ଛାତରୁ ମିଳିଲା ୨୦୦ ରୁ ଅଧିକ ମୃତଦେହ, ଅଧିକାଂଶଙ୍କର ନାହିଁ ଅଙ୍ଗପ୍ରତ୍ୟଙ୍ଗ

ଇସଲାମାବାଦ୍‌: ପାକିସ୍ତାନର ମୁଲତାନ ସହରର ଏକ ହସ୍ପିଟାଲ ଛାତରୁ ୨୦୦ରୁ ଅଧିକ ପଚାସଢ଼ା ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପ୍ରଘଟ ହେବା ପରେ ପାକ୍‌ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ, ଡାକ୍ତରଖାନାର ଛାତ ଉପରେ ଥିବା ଏକ କୋଠରୀରେ ମୃତଦେହ ମିଳିଛି। ମୃତ ଶରୀରର ଅନେକ ଅଙ୍ଗ ମଧ୍ୟ ନିଖୋଜ ଅଛି। ଏ ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ସଲାହକାର ତାରିକ ଜମାଁ ଗୁଜର କହିଛନ୍ତି ଯେ ମୁଁ ନିଶାର ଡାକ୍ତରଖାନାକୁ ଯାଇଥିଲି। ଜଣେ ବ୍ୟକ୍ତି ମୋ ପାଖକୁ ଆସି କହିଥିଲେ ଯେ ତୁମେ ଯଦି କିଛି ଭଲ କାମ କରିବାକୁ ଚାହୁଁଛ, ତେବେ ଶବଗୃହକୁ ଯାଇ ଯାଞ୍ଚ କର।


ମୁଁ ସେଠାରେ ପହଞ୍ଚି ଜଣେ କର୍ମଚାରୀଙ୍କୁ କବାଟ ଖୋଲିବାକୁ କହିଲି। କିନ୍ତୁ ସେ କବାଟ ଖୋଲିଲେ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ତାଙ୍କୁ ପୋଲିସରେ ଅଭିଯୋଗ କରିବାକୁ ଧମକ ଦେବାକୁ ସେ କବାଟ ଖୋଲିଥିଲେ। ମୁଁ ଭିତରକୁ ଯାଇ ଦେଖିବା ବେଳକୁ ସେଠାରେ ପାଖାପାଖି ୨୦୦ରୁ ଅଧିକ ଶବ ପଡ଼ିଥିବା ଦେଖିଥିଲି। ସେଥିରେ ଉଭୟ ପୁରୁଷ ଓ ମହିଳାଙ୍କ ଶବ ଥିଲା। ସବୁ ମୃତ ଦେହ ଉଲଗ୍ନ ଅବସ୍ଥାରେ ଥିଲା ଏବଂ ପଚିସଢ଼ି ଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କେମିତି ବିକ୍ରି କରାଯାଉଥିଲା ଏସବୁ ଶବ ?

ଏସବୁ ଶବକୁ ନେଇ ହସ୍ପିଟାଲର ଡାକ୍ତରଙ୍କୁ ପଚରା ଯିବାରୁ ସେ କହିଥିଲେ ଯେ ମୃତଦେହ ଗୁଡ଼ିକୁ ଛାତ୍ରଛାତ୍ରୀମାନେ ଗବେଷଣା ପାଇଁ ବ୍ୟବହାର କରୁଥିଲେ। ଏ ଶବକୁ ବିକ୍ରି କରାଯାଉଥିଲା କି ପ୍ରଶ୍ନର ଉତ୍ତରରେ ଡାକ୍ତର କହିଛନ୍ତି, ନା ଶବକୁ ସେଭଳି କୌଣସି କାମ ପାଇଁ ବ୍ୟବହାର କରାଯାଉନଥିଲା। ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି।

Also Read: ଭାରତରେ ବଢ଼ୁଛି କ୍ଷୁଧାର୍ତ୍ତଙ୍କ ସଂଖ୍ୟା, ଶ୍ରୀଲଙ୍କା-ପାକିସ୍ତାନର ସ୍ଥିତି ଆମଠୁ ଭଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.