ମଧ୍ୟ ପ୍ରଦେଶ: ମୋହନ ସରକାରରେ ୨୮ ମନ୍ତ୍ରୀ ନେଲେ ଶପଥ, ୧୮ ଜଣଙ୍କୁ ମିଳିଲା କ୍ୟାବିନେଟ୍‌ ପାହ୍ୟା

ମଧ୍ୟ ପ୍ରଦେଶ ସରକାରରେ ସୋମବାର ୨୮ ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରବିବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହାପରେ ସେ କ୍ୟାବିନେଟ ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ।

ମଧ୍ୟ ପ୍ରଦେଶ ସରକାରରେ ସୋମବାର ୨୮ ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରବିବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହାପରେ ସେ କ୍ୟାବିନେଟ ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ। ମଧ୍ୟ ପ୍ରଦେଶରେ ଗତ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ୨୩୦ ସିଟ୍ ମଧ୍ୟରୁ ୧୬୩ଟି ଆସନରେ ବିଜୟ ହାସଲ କରିଥିବା ବେଳେ କଂଗ୍ରେସ ମାତ୍ର ୬୬ଟି ଆସନରେ ବିଜୟୀ ହୋଇଥିଲା।

ମୋହନ ସରକାରରେ ମୋଟ ୧୮ ଜଣ ବିଧାୟକଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି। କୈଳାସ ବିଜୟବର୍ଗୀୟ, ପ୍ରଦ୍ୟୁମ୍ନ ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ ଓ ବିଶ୍ୱାସ ସାରଙ୍ଗଙ୍କୁ କ୍ୟାବିନେଟ୍‌ରେ ଜାଗା ମିଳିଛି। ସେହିପରି ୬ ଜଣ ରାଜ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ପ୍ରଭାରୀ ଭାବେ ଶପଥ ନେଇଥିବା ବେଳେ ୪ ଜଣ ରାଜ୍ୟ ମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି। ତେବେ ୨୮ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୨ ଜଣ ଓବିସି କୋଟାରୁ ଅଛନ୍ତି। ଏହା ବ୍ୟତୀତ ଜେନେରାଲ ବର୍ଗରୁ ୭, ଅନୁସୂଚିତ ଜାତି (ଏସ୍‌ସି)ରୁ ୫ ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି)ରୁ ୪ ଜଣ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି।

କହି ରଖୁଛୁ, ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ କ୍ରମାଗତ ଭାବେ ଚର୍ଚ୍ଚା ହେଉଥିଲା ଯେ ରାଜ୍ୟର ମୁଖିଆ କିଏ ହେବ? ଏପରି କି, ଅଟକଳ ଲଗାଯାଉଥିଲା କି, ବିଜେପି ଶିବରାଜ ସିଂ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ କରିବ ନାହିଁ। ଏହାପରେ ବିଜେପି ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେବଡ଼ାଙ୍କୁ ଡେପୁଟି ସିଏମ୍‌ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.