ଜମ୍ମୁ କଶ୍ମୀର କୁଲଗାମରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଯବାନ ସହିଦ

ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣ ପଛରେ ଜୈସ-ଏ-ମହମ୍ମଦର ପ୍ରକ୍ସି PAFF ଗ୍ରୁପ ରହିଛି ବୋଲି ସୂଚନା ମିଳିଛି ।

ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଯବାନ ସହିଦ ହୋଇଛନ୍ତି । କୁଲଗାମ ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବାର ସୁରକ୍ଷା କର୍ମୀଙ୍କୁ ସୂଚନା ମିଳିଥିଲା । ଏହା ଜାଣିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପ୍ରଥମେ ୩ ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଆକ୍ରମଣ ପଛରେ ଜୈସ-ଏ-ମହମ୍ମଦର ପ୍ରକ୍ସି PAFF ଗ୍ରୁପ ରହିଛି ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଆତଙ୍କବାଦୀ ଆସି କୁଲଗାମ ଜିଲ୍ଲର ଏକ ଜଙ୍ଗଲରେ ଲୁଚି ରହିଥିଲେ । ସୂଚନା ପାଇଁ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଆତଙ୍କବାଦୀ ଯବାନଙ୍କୁ ଦେଖି ପ୍ରଥମେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ । ଏହି ସମୟରେ ୩ ଯବାନ ଗୁରୁତର ଆହତ ହୋଇଥିଲେ । ଆହତ ସୁରକ୍ଷା କର୍ମୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । କିନ୍ତୁ ସେଠାରେ ଜୀବନ ହାରିଥିଲେ ଯବାନ ।

ଅନ୍ୟପଟେ ଏହି ଘଟଣା ପରେ ଲୁଚି ରହି ଗୁଳି ବିନିମୟ କରୁଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି ।

ଏହା ପୂର୍ବରୁ ପୁଞ୍ଛରେ ସୁରକ୍ଷାବଳକୁ ବଡ ସଫଳତା ମିଳିଥିଲା । ପୁଞ୍ଛର ସିନ୍ଧରା ଅଞ୍ଚଳରେ ସୁରକ୍ଷା ବଳ ୪ ଆତଙ୍କୀକୁ ମାରିଥିଲେ । ମିଳିତ ଅପରେସନରେ ସୁରକ୍ଷାବଳ ଆତଙ୍କୀକୁ ନିପାତ କରିଥିଲେ । ଏହି ସର୍ଚ୍ଚ ଅପରେସନରେ ଭାରତୀୟ ସେନାର ସ୍ପେଶାଲ ଫୋର୍ସ, ନ୍ୟାସନାଲ ରାଇଫଲ୍ସ ଏବଂ ଜମ୍ମୁ କଶ୍ମୀରର ପୋଲିସ ଯବାନ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.