ମର୍ଣ୍ଣିଂ ଓ୍ଵାକରେ ଯାଉଥିବା ୩ ମହିଳାଙ୍କୁ ଧକ୍କାଦେଲା କାର, ଘଟଣାସ୍ଥଳରେ ୩ ମୃତ

ମର୍ଣ୍ଣିଂ ଓ୍ଵାକରେ ଯାଉଥିବା ୩ ଜଣ ମହିଳାଙ୍କୁ ଦ୍ରୁତଗତିରେ ଆସୁଥିବା ଏକ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଭୟଙ୍କର ଘଟଣା ତେଲେଙ୍ଗାନା ରଙ୍ଗାରେଡ୍ଡିରେ ଘଟିଛି । ଯାହାର ସିସି ଟିଭି ଫୁଟେଜ ସାମ୍ନାକୁ ଆସିଛି ।

ଦିନକୁ ଦିନ ଦୁର୍ଘଟଣାର ମାମଲା ବଢିବାରେ ଲାଗିଛି । ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ହେତୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଅନେକ ନିରୀହ । ଅନେକ ସମୟରେ ଗାଡ଼ି ଭାରସାମ୍ୟ ହରାଇ ମଧ୍ୟ ଦୁର୍ଘଟଣା ଘଟୁଥିବା ଖବର ସାମ୍ନାକୁ ଆସୁଛି । ତେବେ ଏଭଳି ଏକ ଭୟଙ୍କର ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଆଖି ପିଛୁଳାକେ ୩ ଜଣଙ୍କ ଜୀବନ ଯାଇଛି । ଏଭଳି ଏକ ଭୟଙ୍କର ଘଟଣା ତେଲେଙ୍ଗାନା ରଙ୍ଗାରେଡ୍ଡିରେ ଘଟିଯାଇଛି ।

ମର୍ଣ୍ଣିଂ ଓ୍ଵାକରେ ଯାଉଥିବା ୩ ଜଣ ମହିଳାଙ୍କୁ ଦ୍ରୁତଗତିରେ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ କାର ଧକ୍କା ଦେବା ପରେ ତିନି ଜଣ ମହିଳା ରାସ୍ତାରୁ ଦୂରକୁ ଛିଟକି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ୩ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି । ଅନ୍ୟପଟେ ଘଟଣାର ତଦନ୍ତ କରୁଛି ପୋଲିସ ।

ସୂଚନା ଅନୁସାରେ କାର ସ୍ପିଡ ଥିବା କାରଣରୁ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମା’, ଝିଅ ଏବଂ ଅନ୍ୟଜଣେ ମହିଳା ଥିଲେ । ତିନି ଜଣ ମର୍ଣ୍ଣିଂ ଓ୍ଵାକ ପାଇଁ ବାହାରିଥିଲେ କିନ୍ତୁ କାର ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.