୩ ବର୍ଷର ପୁଅର ଜୀବନ ବଞ୍ଚାଇବାକୁ ଦରକାର ଥିଲା ୧୬ କୋଟିର ଇଂଜେକସନ, ୬୨ ହଜାର ଲୋକଙ୍କ ସାହାଯ୍ୟରେ ବଞ୍ଚିଗଲା ଜୀବନ

ଲୋକଙ୍କ ଜୀବନ ବଞ୍ଚାଇବାରେ ଏବେ କ୍ରାଉଡ୍ ଫଣ୍ଡିଂ ବେଶ ସାହାଯ୍ୟ କରୁଛି। ଏହା ଲୋକଙ୍କୁ ମୃତ୍ୟୁ ମୁହଁରୁ ମଧ୍ୟ ଟାଣି ଆଣୁଛି। ହାଇଦ୍ରାବାଦର ୩ ବର୍ଷୀୟ ବାଳକ ଅୟାଂଶ ଗୁପ୍ତାଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି।
ରିପୋର୍ଟ ମୁତାବକ, ଅୟାଂଶ ବିରଳ ଜେନେଟିକ ଡିସଅର୍ଡର ସ୍ପାଇନାଲ ମସ୍କୁଲର ଏଟ୍ରୋପି (SMA) ଟାଇପ ୧ ରେ ପୀଡିତ ଥିଲେ। ଏହାର ଚିକିତ୍ସା କରିବାକୁ ବାପା-ମା’ଙ୍କ ପାଖରେ ଟଙ୍କା ନଥିଲା। ଏଣୁ ଅନ୍ୟ ଉପାୟ ନ ପାଇ ପୁଅର ଜୀବନ ବଞ୍ଚାଇବା ପାଇଁ ସେମାନେ କ୍ରାଉଡ ଫଣ୍ଡିଂ କରିଥିଲେ। ଏଥିପାଇଁ ସୋସିଆଲ ମିଡିଆ ମାଧ୍ୟମରେ ସେ ଲୋକଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଥିଲେ।
ଲୋକଙ୍କ ସାହାଯ୍ୟରେ ତାଙ୍କୁ ୧୬ କୋଟି ଟଙ୍କା ମିଳିଛି। ମିଳିଥିବା ଟଙ୍କାରେ ସେ ପୁଅକୁ ଇଂଜେକ୍ସନ ଦେଇପାରିଛନ୍ତି। ଅୟାଂଶକୁ ଏହି ଔଷଧ ସ୍ପାଇନାଲ କଡ୍ ହାଡ଼ର ମାଂସପେଶୀକୁ ଠିକ କରିବାକୁ ଦିଆଯାଇଛି। ଏହି ରୋଗ ୮୦୦୦ ରୁ ଜଣଙ୍କୁ ହୋଇଥାଏ।
ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କ୍ରାଉଡ଼ଫଣ୍ଡିଂ ସାଇଟ ମାଧ୍ୟମରେ ୬୨,୪୦୦ରୁ ଊର୍ଦ୍ଧ୍ଵ ଲୋକ ଅୟାଂଶଙ୍କ ଚିକିତ୍ସା ପାଇଁ ୧୪.୮୪ କୋଟି ଟଙ୍କା ସାହାଯ୍ୟ କରିଥିଲେ। ବାକି ୧.୨ କୋଟି ଅର୍ଥ ଏକ ଅନ୍ତର୍ଜାତୀୟ କ୍ରାଉଡ଼ଫଣ୍ଡିଂରୁ ମିଳିଥିଲା। ଭାରତ ସରକାର ମଧ୍ୟ ୬କୋଟି ଟଙ୍କାର ଟ୍ୟାକ୍ସ ଛାଡ଼ କରି ଅୟାଂଶକୁ ସାହାଯ୍ୟ କରିଥିଲେ। ନଚେତ ମେଡିସିନର ଦାମ୍ ୨୨ କୋଟି ହୋଇଯାଇଥାନ୍ତା।