Below header

ରୋହିଙ୍ଗ୍ୟା ଶିବିରରେ ଭୟଙ୍କର ଅଗ୍ନିକାଣ୍ଡ: ୫୬ଟି ଝୁମ୍ପୁଡି ଘର ପୋଡି ଛାରଖାର, କାରଣ ଅସ୍ପଷ୍ଟ

ଦିଲ୍ଲୀର କାଳନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ ପାଖରେ ଥିବା ବସ୍ତିରେ ଅଗ୍ନିକାଣ୍ଡ ଘଟି ୫୬ ଟି ଝୁମ୍ପୁଡି ଘର ପୋଡି ଯାଇଛି। ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ଘଟଣା ଶନିବାର ଘଟିଥିବା ବେଳେ ଦମକଳ ବିଭାଗ ଏହାର ସୂଚନା ରାତି ୧୧ଟା ୫୫ ମିନିଟରେ ପାଇଥିଲା।

ଅଧିକାରୀଙ୍କ କହିବା ଅନୁସାରେ, ଅଗ୍ନିକାଣ୍ଡରେ କାହାର ମୃତ୍ୟୁ ହୋଇଥିବାର ସୂଚନା ମିଳିନାହିଁ। କାଳନ୍ଦୀ କୁଞ୍ଜ ମେଟ୍ରୋ ଷ୍ଟେସନ୍ ପାଖ ମଦନପୁର ଖାଦରରେ ଘଟଣାସ୍ଥଳରେ ଦମକଳ ବିଭାଗର ୫ଟି ଗାଡି ପଠାଯାଇଥିଲା। ବିଳମ୍ବିତ ରାତିରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।

ପୋଲିସର କହିବାନୁଯାୟୀ, ରୋହିଙ୍ଗ୍ୟା ଶିବିରରେ ନିଆଁ ଲାଗିବାର ସୂଚନା ପିସିଆରକୁ ଫୋନ୍ କରି ସୂଚନା ଦିଆଯାଇଥିଲା। ଏହାପରେ ପୋଲିସ ମଦନପୁର ଖାଦର କଞ୍ଚନ କୁଞ୍ଜରେ ଘଟଣାସ୍ଥଳରେ ପହଁଞ୍ଚିଥିଲା। ପରେ ନିଆଁକୁ ନିୟନ୍ତ୍ରଣ କରିଦିଆଯାଇଥିବାର ଜଣାପଡିଛି। ପୋଲିସ ଅଧିକାରୀ ଆରପି ମିଣା କହିଛନ୍ତି, ଏହି ୫୬ଟି ଝୁମ୍ପୁଡି ଘରେ ୨୭୦ ଜଣ ରୋହିଙ୍ଗ୍ୟା ଶରଣାର୍ଥୀ ରହୁଥିଲେ। କେଉଁ କାରଣ ଯୋଗୁଁ ନିଆଁ ଲାଗିଛି, ତାହା ଏଯାଏଁ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.