ବିଶ୍ୱର ଏହି ସ୍ଥାନରେ ପ୍ରତିବର୍ଷ ଜନ୍ମ ନିଅନ୍ତି ୩୦ ଲକ୍ଷ ବିଷଧର ସାପ!

ଚୀନରେ ଏମିତି ଏକ ଅଜବ ଧରଣର ଚାଷ କରାଯାଏ, ଯାହା ବିଷୟରେ ହୁଏତ ଆପଣ ଜାଣି ନ ଥିବେ। କଥାଟି ହେଲା ଏଠାରେ ସାପ ଚାଷ କରାଯାଇଥାଏ। ଏହା କୌଣସି ମାମୁଲି ସାପ ନୁହେଁ, ବରଂ ବଡ଼ ବଡ଼ ବିଷଧର ସାପ, ଯେଉଁଗୁଡ଼ିକ ଦଂଶନ କଲେ, ମଣିଷର ସଙ୍ଗେ ସଙ୍ଗେ ମୃତ୍ୟୁ ଘଟିଥାଏ। ଚୀନର କ୍ଷେତରେ ଲକ୍ଷ ଲକ୍ଷ ସଂଖ୍ୟାରେ ସାପ ପାଳନ କରାଯାଇଥାଏ। ଜିସିକିୟାଓ ଗାଁରେ ବର୍ଷକୁ ୩୦ ଲକ୍ଷ ବିଷଧର ସାପ ଉତ୍ପାଦନ କରାଯାଏ। ଏଠାକାର ଜନସଂଖ୍ୟା ରହିଛି ମାତ୍ର ୧ ହଜାର।

ସୂଚନା ମୁତାବକ, ଗାଁର ହାରାହାରି ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ପାଖାପାଖି ୩୦ ହଜାର ସାପ ଚାଷ କରିଥାଆନ୍ତି। ଏଠାରେ ପାଳନ କରାଯାଉଥିବା ସାପଙ୍କ ମଧ୍ୟରେ ବିଶାଳ ଅଜଗର, ଭୟାନକ କୋବ୍ରା, ବିଷାକ୍ତ ଭାଇପର୍ସ ସମେତ ଅନ୍ୟାନ୍ୟ ବିଷାକ୍ତ ସାପ ସାମିଲ ଥାଆନ୍ତି। ମାଂସ ଏବଂ ଶରୀରର ଅନ୍ୟ ଅଙ୍ଗ ପାଇଁ ଏଠାରେ ସାପ ଚାଷ କରାଯାଇଥାଏ। ସାପ ମାଂସ ଚୀନରେ ସଉକରେ ଖିଆଯାଇଥାଏ। ଏହାସହ ସାପ ଶରୀରର ବିଭିନ୍ନ ଅଙ୍ଗରୁ ଔଷଧ ପ୍ରସ୍ତୁତ କରାଯାଏ।

snkae2

ସ୍ନେକ୍ ଫାର୍ମିଙ୍ଗ୍ ପାଇଁ ଏହି ଗାଁ ସାରା ବିଶ୍ୱରେ ପରିଚିତ। ଗାଁର ୟାଙ୍ଗ୍ ହୋଙ୍ଗଚେଙ୍ଗ୍ ନାମକ ବ୍ୟକ୍ତି ପ୍ରଥମେ ଏଠାରେ ସାପ ଚାଷ ଆରମ୍ଭ କରିଥିଲେ। ବ୍ୟକ୍ତି ଜଣକ ଯେବେ ଗମ୍ଭୀର ଭାବେ ଅସୁସ୍ଥ ଥିଲେ, ସେବେ ତାଙ୍କୁ ଚିକିତ୍ସା ପାଇଁ ସାପର ଆବଶ୍ୟକତା ଥିଲା। ଏଥିପାଇଁ ସେ ଏକ ଜଙ୍ଗଲି ସାପକୁ ଧରିଥିଲେ। ବାସ୍‌, ସେବେଠାରୁ ତାଙ୍କୁ ସାପକୁ ନେଇ କାରବାର କରିବାକୁ ଭାବନା ଆସିଲା। ଏହାପରେ ସେ ସାପ ପାଳିବା ଆରମ୍ଭ କରିଦେଲେ। ଏହି କାମ ଦ୍ୱାରା ଯେତେବେଳେ ଗ୍ରାମବାସୀ ହୋଙ୍ଗଚେଙ୍ଗ୍‌ଙ୍କ ଆମଦାନୀ ବଢ଼ୁଥିବାର ଦେଖିଲେ, ସେତେବେଳେ ଗାଁର ଜଣକ ପରେ ଜଣେ ବ୍ୟକ୍ତି ଏହି କାମକୁ ଆପଣାଇଲେ। ଆଉ ଏବେ ପୂରା ଗାଁରେ ୧୦୦ରୁ ଅଧିକ ସ୍ନେକ୍ ଫାର୍ମ ରହିଛି।

ଏହାସହ ପଢ଼ନ୍ତୁ: କଟିଯାଇ ଚଟାଣରେ ଖସି ପଡ଼ିଲା ପୋଷା କୁକୁରର ନାକ, ଜାଣନ୍ତୁ ଆଗକୁ କ’ଣ ହେଲା

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏଠାରେ ବାଉଁଶ ଏବଂ ଛୋଟ ଛୋଟ କାଚ ବାକ୍ସରେ ସାପଙ୍କୁ ରଖାଯାଇଥାଏ। ଯେତେବେଳେ ସାପ ଛୁଆ ଅଣ୍ଡାରୁ ବାହାରି ବଡ଼ ହୋଇଯାଆନ୍ତି, ସେତେବେଳେ ସେମାନଙ୍କୁ ଗୋଟିଏ ଜଗାରୁ ଅନ୍ୟ ଏକ ଜାଗାକୁ ପ୍ଲାଷ୍ଟିକ୍ ଥଳୀରେ ନିଆଯାଏ। ବଡ଼ ବଡ଼ ସାପଙ୍କୁ ଫାର୍ମ ହାଉସ୍‌ରୁ କଂସେଇ ଖାନାକୁ ନିଆଯାଇଥାଏ। ପ୍ରଥମେ ସେମାନଙ୍କଠାରୁ ବିଷ ବାହାର କରାଯାଏ ଏବଂ ତା’ପରେ ମୁଣ୍ଡ କାଟି ଦିଆଯାଏ। ପୁଣି ସାପଗୁଡ଼ିଙ୍କୁ ଛୋଟ ଛୋଟ କାଟି ମାଂସ ପାଇଁ ଅଲଗା ରଖାଯାଏ। ଚମଡ଼ାକୁ ଅଲଗା ଶୁଖାଇ ରଖାଯାଏ। ସାପ ସାଂସରୁ ଔଷଧ ପ୍ରସ୍ତୁତ କରାଯାଉଥିବା ବେଳେ ଚମଡ଼ାରୁ ବ୍ୟାଗ୍ ତିଆରି କରାଯାଇଥାଏ।