ବିହାରରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ୩୩ ଲୋକ ମୃତ

ବିହାରରେ ପ୍ରଚଣ୍ଡ ଗରମ ପରେ ଆସିଥିବା କାଳବୈଶାଖୀ ଓ ବଜ୍ରପାତ ତାଣ୍ଡବ ରଚିଛି । କିଛି ଘଣ୍ଟା ବର୍ଷା ହେବା ଯୋଗୁଁ ୧୬ ଜିଲ୍ଲାରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରପାତ ଯୋଗୁଁ ସମସ୍ତଙ୍କର ପ୍ରାଣହାନୀ ଘଟିଛି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି।

ନିତିଶ କୁମାର ଟ୍ଵିଟ୍‌ କରି ଲେଖିଛନ୍ତି, ରାଜ୍ୟର ୧୬ ଜିଲ୍ଲାରେ ହୋଇଥିବା କାଳବୈଶାଖୀ ଏବଂ ବଜ୍ରପାତ ଯୋଗୁଁ ୩୩ ଲୋକ ମୃତ୍ୟୁରେ ଅତ୍ୟନ୍ତ ଦୁଃଖିତ।ମୃତକ ଓ ଶୋକସନ୍ତପ୍ତ ପରିବାରକୁ ଜରୁରୀକାଳୀନ ଭିତ୍ତିରେ ୪-୪ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଦିଆଯିବ ।

ସୂଚନାନୁସାରେ, ଶୁକ୍ରବାର ଅପରାହ୍ନରେ ବିହାରର ଅର୍ଦ୍ଧାଧିକ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଥିଲା । ହଠାତ ପାଗ ପରିବର୍ତ୍ତନ ସହ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ବିଜୁଳି ଓ ଘଡଘଡି ବି ମାରିଥିଲା । ଫଳରେ ବିଭିନ୍ନ ସ୍ଥାନରେ ବ୍ରଜପାତ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ଘଟିଥିଲା।

lightening

ଏତତ ବ୍ୟତୀତ ବଜ୍ରପାତରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କୁ କାଳବୈଶାଖୀ ଓ ବଜ୍ରପାତରୁ ସତର୍କ ରହିବା ପାଇଁ ଅପିଲ କରିଛନ୍ତି । ସେହିପରି ବିହାରରେ ବଜ୍ରପାତ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ଵିଟ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ପୂର୍ବରୁ କାଳବୈଶାଖୀ ଏବଂ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଥିଲା। ତେଣୁ ଘର ନ ବାହାରିବାକୁ ପରାମର୍ଶ ଦିଆଯାଇଥିଲା। ଏହାଛଡା ରାଜ୍ୟର ଭାଗଲପୁର ଅଞ୍ଚଳରେ ଝଡ ତୋଫାନ ଯୋଗୁଁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ବଜ୍ରପାତରେ ୭ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.