ଆତଙ୍କବାଦୀମାନେ ଭିଆଇଲେ ବର୍ବରକାଣ୍ଡ, ସେନା କ୍ୟାମ୍ପରେ ଚଳାଇଲେ ଅନ୍ଧାଧୁନ ଗୁଳିମାଡ, ୩୫ ସାଧାରଣ ଲୋକଙ୍କ ମୃତ୍ୟୁ

ବୁର୍କିନା ଫାସୋ(ଆଫ୍ରିକା): ଉତ୍ତର ବୁର୍କିନା ଫାସୋରେ ମଙ୍ଗଳବାର ଦିନ ଏକ ଅତଙ୍କବାଦୀ ଆକ୍ରମଣରେ ୩୫ ନାଗରିକଙ୍କ  ମ୍‌ତ୍ୟୁ ହୋଇଯାଇଛି। ଯେଉଁଥିରେ  ଅଧିକତମ ମହିଳା ଥିଲେ ।  ପଶ୍ଚିମ  ଆଫ୍ରିକାର ଦେଶରେ ଗତ ପାଞ୍ଚବର୍ଷରେ ଏହା ସବୁଠାରୁ ଭୟଙ୍କର  ବୋଲି ଜଣାଯାଇଛି। ସେନା କହିଛି ଯେ ସୌନ ଶିବିର  ଓ ସୋଓମ ପ୍ରାନ୍ତର ଅରଂବିଦା ସହରରେ ହୋଇଥିବା ଆକ୍ରମଣରେ  ସାତ ସୌନିକ ଓ ୮୦ ଜିହାଦି ବି  ନିହତ ହୋଇଛନ୍ତି। ମାଲି ଓ  ନାଇଜର  ସୀମାକୁ ଲାଗିଥିବ ବୁର୍କିନା ଫାସୋରେ ଲଗାତାର ଜିହାଦି ଆକ୍ରମଣ ଲାଗିରହିଥାଏ । ଏହି ଆକ୍ରମଣରେ ୨୦୧୫ର ଆରମ୍ଭ କରି ଏଯାବତ ଶତାଧିକ ଲେକଙ୍କ ଜୀବନ ଚାଲିଗଲାଣି। ଆର୍ମି ଚିଫର ଜଣେ ଷ୍ଟାଫ ନିଜ ବୟାନରେ କହିଛନ୍ତି ଆତଙ୍କବାଦୀର ଏକ ବଡ ଗ୍ୟାଙ୍ଗ ସୌନ୍ୟ ଶିବିର ଓ ଅରଂବିଦ ସହରର ସାଧାରଣ ନାଗରିକଙ୍କ ଉପରେ ଏକାସାଥିରେ  ଆକ୍ରମଣ କରିଦେଇଥିଲେ।

Related image

ବୁର୍କିନା ଫାସୋର ରାଷ୍ଟ୍ରପତି ରୋଶ ମାର୍କ କାବେର ଟ୍ବିଟ କରି କହିଛନ୍ତି ବର୍ବର ଆକ୍ରମଣରେ ୩୫ ନାଗରିକ ପ୍ରାଣ ହରାଇଛନ୍ତି । ଯେଉଁଥିରେ ଅଧିକତମ  ମହିଳା ଥିଲେ। ଏହା ସହିତ ରାଷ୍ଟ୍ରପତି ସୁରକ୍ଷା ବଳଙ୍କ ବିରତା ଓ ପ୍ରତିବଦ୍ଧତକୁ ପ୍ରଶଂସା  କରିଥିଲେ। ଟେଲିକମ ମନ୍ତ୍ରୀ  ଏବଂ ସରକାରଙ୍କ ମୁଖପାତ୍ର ରୋମିଶ  ଡଣ୍ଡଜିନ ପରେ କହିଥିଲେ ଏହି ଆକ୍ରମଣରେ ୩୧ ମହିଳା ପ୍ରାଣ ହାରଇଛନ୍ତି ଓ ୨୦ ସୌନିକ ଗୁରୁତର ଆହାତ ହୋଇଛନ୍ତି।

Related image

ଏହି ଆକ୍ରମଣ ପାଇଁ ରାଷ୍ଟ୍ରପତି  ୪୮ ଘଣ୍ଟାର ରଷ୍ଟ୍ରୀୟ ଶୋକ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ସେନା  କହିଛି ଯେ ବାଇକରେ  ଆସିଥିବା  ଜିହାଦିମାନେ ସକାଳୁ ଆକ୍ରମଣ କରିଥିଲେ। ଯାହା କିଛି ଘଣ୍ଟା ଧରି ଚାଲିଥିଲା । ପରେ ବାୟୂସେନାର ସହାୟତାରେ ସଶସ୍ତ୍ର ସେନା ଆତଙ୍କବାଦୀଙ୍କୁ ନିପାତ କରିଦେଇଥିଲେ। କୌଣସ ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନଥିବା ଜଣା ପଡିଛି । କିନ୍ତୁ ଅଲକାଏଦା ଇସଲାମିକ ଷ୍ଟେଟ ସମୂହ ସବୁବେଳେ ଜିହାଦୀ ଆକ୍ରମଣ କରିଆସିଥିବାରୁ ଏହା ଉପରେ ସନ୍ଦେହ ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.