ଉଦ୍‌ଘାଟିତ ହେଲା ଯାଜପୁରର ଧର୍ମଶାଳା ମହୋତ୍ସବ, ସୃଷ୍ଟି କଲା ବାଲିଯାତ୍ରା ମହୋତ୍ସବର ଭ୍ରମ

ଯାଜପୁର(କେନ୍ୟୁଜ): ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‌ଘାଟିତ ହୋଇଯାଇଛି ଯାଜପୁର ଜିଲ୍ଲାର ଧର୍ମଶାଳା ମହୋତ୍ସବ । କଳା, ଐତିହ୍ୟ ଓ ପ୍ରତିଭାର ମହାମିଳନ ହେଉଛି ଏହି ମହୋତ୍ସବ । ଆଜି ସଂଧ୍ୟାରେ ପଂଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ।

ଏହି ମହୋତ୍ସବ ବାଲିଯାତ୍ରାର ଭ୍ରମ ସୃଷ୍ଟି କରୁଛି ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ମୁଖ୍ୟଅତିଥି ଭାବେ ଶିଳ୍ପ ଓ ଗୃହ ବିଭାଗ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ସମ୍ମାନୀତ ଅତିଥି ଭାବେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ କଳା, ସାହିତ୍ୟ, ସଂସ୍କୃତିର ମିଳନ ସ୍ଥଳ ହେଉଛି ଧର୍ମଶାଳା ।

ଏହି ମହୋତ୍ସବ ସ୍ଥାନୀୟ ଅଂଚଳର ଗଣପର୍ବ ପାଲଟିଛି ବୋଲି ମତବ୍ୟକ୍ତ କରିଥିଲେ । ଧର୍ମଶାଳା ମହୋତ୍ସବ ପୂଜା କମିଟିର ସଭାପତି ଜଳଧର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସଭ୍ୟ ସବ୍ୟସାଚୀ ସୁନ୍ଦରାୟ ଅତିଥି ମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି ବିବରଣୀ ପାଠ କରିଥିଲେ । ପରେ ଖୋର୍ଦ୍ଧା ଜିଲ୍ଲା ଜଟଣୀର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ଏହି ମହୋତ୍ସବ ୧୨ ଦିନ ବ୍ୟାପୀ ଚାଲିବାକୁ ଥିବା ବେଳେ ମହୋତ୍ସବ ପଡିଆରେ ଶତାଧିକ ଷ୍ଟଲ ମାନ ଖୋଲିଅଛି । ପ୍ରତ୍ୟେହ ସଂଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.