୪୦ ରୁ ଅଧିକ ପାକିସ୍ତାନୀଙ୍କୁ ମିଳିଲା ଭାରତୀୟ ନାଗରିକତା

ପୁନେ ଜିଲ୍ଲା ପ୍ରଶାସନ ଗତକାଲି ୪୦ ରୁ ଅଧିକ ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ନାଗରିକତା ଦେଇଛନ୍ତି। ପୁନେ ର ଜିଲ୍ଲାଧିକାରୀ ନବ କିଶୋର ରାମ କହିଛନ୍ତି ଯେ ମୋଟ ୪୫ ଆବେଦନକାରୀଙ୍କୁ ଭାରତୀୟ ନାଗରିକତା ପାଇଁ ମଞ୍ଜୁରୀ ଦେଇଛନ୍ତି। ଏଥିମଧ୍ୟରୁ ଅଧିକାଂଶ ଆବେଦନ ପାକିସ୍ତାନ ନାଗରିକଙ୍କର ଥିଲା, ସେହିଭଳି ଗୋଟିଏ ଥିଲା ଆଫଗାନିସ୍ତାନ ଏବଂ ଅନ୍ୟଟି ବାଂଗଲାଦେଶ।
ଏମାନେ ସମସ୍ତଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଗଲା। ପୁନେ ଜିଲ୍ଲା ଅଧିକାରୀଙ୍କ କହିବାନୁସାରେ ଏମାନଙ୍କ ମଧ୍ୟରୁ କିଛି ଆବେଦକ ବହୁତ ପୂର୍ବରୁ ଭାରତ ଆସିଯାଇଥିଲେ ଏବଂ ସେମାନେ ଅନେକ ବର୍ଷ ଧରି ପୁନେରେ ରହିଆସୁଥିଲେ। ଏମାନଙ୍କ ମଧ୍ୟରୁ କିଛି ୪୦ ବର୍ଷ ପୂର୍ବରୁ ଭାରତକୁ ଆସିଥିଲେ।