ରାଜଧାନୀରେ ପୁଣି ପୋଲିସ ଉପରକୁ ଆକ୍ରମଣ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ପୋଲିସ ଉପରକୁ ଆକ୍ରମଣ । ସାଲିଆସାହି ଆଦିବାସୀ ସାହିରେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ସୁରକ୍ଷା ଦେବା ଅଭିଯୋଗରେ ପୋଲିସ ଉପରେ ଆକ୍ରମଣ କରିଛନ୍ତି କିଛି ମହିଳା । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସାହିର କିଛି ମହିଳା ନିଶା ନିବାରଣ ଉପରେ ସଚେତନତା କାର୍ଯ୍ୟକ୍ରମ କରୁଥିଲେ । ଏହି ସମୟରେ ବ୍ରାଉନସୁଗାର ବିକ୍ରି କରୁଥିବା ଦୁଇଜଣ ଯୁବକକୁ ମହିଳାମାନେ କାବୁ କରିଥିଲେ । ଖବର ପାଇ ନୟାପଲ୍ଲୀ ଥାନାର ଜଣେ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବସ୍ତି ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ସମ୍ପୃକ୍ତ ପୋଲିସ କର୍ମଚାରୀ ଦୁଇ ବେପାରୀଙ୍କୁ ଛାଡି ଦେବାକୁ ଚକ୍ରାନ୍ତ କରୁଥିଲେ । ଯାହାକୁ ନେଇ ମହିଳାମାନେ ଦୁଇ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗଛରେ ବାନ୍ଧିବା ସହ ପୋଲିସକୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.