ଭାରତୀୟ ବାୟୁସେନା ପାଇଲଟ୍‌ଙ୍କ ନାଁରେ ଏତଲା ଦେଲା ପାକିସ୍ତାନ ବନ ବିଭାଗ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ପୁଲଓ୍ଵାମା ବିସ୍ଫୋରଣ ପରେ ଭାରତ ଓ ପାକିସ୍ତାନ ଭିତରେ ବିବାଦ ଓ ଉତେତଜନା ଲାଗି ରହିଛି । ତେବେ ଏହି ତିକ୍ତା ଭିତରେ ଏକ ମଜାଦାର ଘଟଣା ଘଟିଛି । ଯାହାକୁ ଶୁଣିଲେ ଆପଣ ବି ନହସି ରହି ପାରିବେ ନାହିଁ । ଗତ ଫେବ୍ରୁଆରୀ ୨୬ ତାରିଖରେ ଭାରତର ବାୟୁ ସେନା ପାକିସ୍ତାନ ଅଧିକୃତ କଶ୍ମୀରର ବାଲାକୋଟ ଠାରେ ଥିବା ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଏଥିରେ ୨୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ଭାରତ ପକ୍ଷରୁ କୁହାଯାଇଛି । ଘଟଣାର ସତ୍ୟତାକୁ ନେଇ ଦେଶ ଭିତରେ ଓ ବହାରେ ଆଲୋଚନା ସମାଲୋଚନା ଚାଲିଥିବା ବେଳେ ପାକିସ୍ତାନ ଏକ କାଣ୍ଡ କରି ବସିଛି । ଏହାର ବନ ବିଭାଗ ଭାରତୀୟ ବାୟୁସେନା ପାଇଲଟ୍‌ଙ୍କ ନାଁରେ ଏତଲା ଦେଇଛି । ଭାରତୀୟ ପାଇଲଟ୍‌ମାନେ ବୋମା ପକାଇ ତାଙ୍କ ଜଙ୍ଗଲର ୧୯ଟି ଗଛ ନଷ୍ଟ କରି ଦେଇଥିବା ଏତଲାରେ ଉଲ୍ଲେଖ କରାଯାଇଛି । ଜାତିସଂଘ ନିକଟରେ ଏଭଳି ଅଭିଯୋଗ କରି ଭାରତ ତାଙ୍କର ପରିବେଶ ନଷ୍ଟ କରିଥିବା ପାକିସ୍ତାନ କହିଛି ।

PAK FIR-1
ଏହା ସହିତ ଅବଶ୍ୟ ପାକିସ୍ତାନ କହିଛି ଯେ ଭାରତୀୟ ବାୟୁସେନା ପାଇଲଟ୍‌ କେବଳ ଜଙ୍ଗଲରେ ବୋମା ପକାଇଥିବାରୁ ଗଛ ନଷ୍ଟ ହୋଇଛି । ଏଥିରେ କେହି ମରି ନାହନାନ୍ତି । ଏହାର ଉତ୍ତରରେ ଏୟାର ଚିଫ୍‌ ମାର୍ଶାଲ ବିଏସ୍‌ ଧାନୋଆ କହିଛନ୍ତି, ଯଦି ଭାରତ ଖାଲି ଜଙ୍ଗଲ ଉପରେ ଆକ୍ରମଣ କରଥାନ୍ତା ତେବେ ପାକିସ୍ତାନକୁ ଉତ୍ତର ଦେବାର ଆବଶ୍ୟକତା ନଥନ୍ତା ।

 

Leave A Reply

Your email address will not be published.