ପୁଣି ରାହୁଲଙ୍କ ରାଫେଲ ଆଟାକ, ଜୟପୁର କଂଗ୍ରେସ ସଂକଳ୍ପ ସମାବେଶରେ ମୋଦିଙ୍କ ଉପରେ ବର୍ଷିଲେ

କୋରାପୁଟ : କୋରାପୁଟ ଜିଲ୍ଲାରେ ରହିଛି ଏଚ୍‌ଏଏଲ୍‌ ସୁନାବେଡା। ସେହି ଜିଲ୍ଲାର ମାଟିରୁ ରାହୁଲ ଉଠାଇଲେ ରାଫେଲ ପ୍ରସଙ୍ଗ। ଟାର୍ଗେଟ୍‌ରେ ଥିଲେ ନରେନ୍ଦ୍ର ମୋଦି। ଅନୀଲ ଅମ୍ବାନୀଙ୍କୁ ଫାଇଦା ଦେବାକୁ ବର୍ଷ ବର୍ଷ ଧରି ବିମାନ ନିର୍ମାଣ କରୁଥିବା ସଂସ୍ଥାକୁ ଉପେକ୍ଷା କରାଯାଇଛି। ବାୟୁସେନାର ୩୦ ହଜାର କୋଟି ଟଙ୍କା ଉଦ୍ୟୋଗପତି ଅନୀଲ ଅମ୍ବାନୀଙ୍କୁ ଦେଇଛନ୍ତି ମୋଦି।

ଜୟପୁର ସଭାରେ କହିଥିଲେ, ଯେ ପର‌୍ୟ୍ୟନ୍ତ ଗରିବୀ ହଟିନଥିବ ସେପର୍ଯ୍ୟନ୍ତ ସମସ୍ତ ଗରିବଙ୍କୁ ପ୍ରତିମାସ ସର୍ବନିମ୍ନ ଆୟ ଯୋଗାଇ ଦିଆଯିବ । କଂଗ୍ରେସ ସରକାରକୁ ଆସିଲେ, ଆର୍ଥିକ ଏବଂ ଅନଗ୍ରସର ମହିଳାଙ୍କୁ ମାଗଣା ଶିକ୍ଷା କିଭଳି ମିଳିପାରିବ ସେଥିପ୍ରତି ଧ୍ୟାନ ଦିଆଯିବ। ଗରିବ ଝିଅଙ୍କ ବାହାଘର ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ କହିଛି କଂଗ୍ରେସ। ଜମି ଓ ଆଦିବାସୀ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ୍‌ କରିଥିଲେ ରାହୁଲ।

କୋରାପୁଟ ଲୋକସଭା ଦିନେ ଥିଲା କଂଗ୍ରେସର ଗଡ଼। ସ୍ୱାଧୀନତା ପରଠାରୁ ୨୦୦୪ ଯାଏ ଥିଲା କଂଗ୍ରେସ ହାତରେ। କିନ୍ତୁ ୨୦୦୪ ଓ ୨୦୦୯ରେ ଏଠାରୁ ଜିତିଛି ବିଜେଡି। ଏବେ କଂଗ୍ରେସ ନିଜ ଗୌରବ ଫେରି ପାଇବାକୁ ଉଦ୍ୟମ କରୁଛି।

Leave A Reply

Your email address will not be published.