ଦୋହଲିଲା ପଶ୍ଚିମ ଚୀନ୍‌ର ସିଚୁଆନ୍‌ ପ୍ରଦେଶ, ମାଟିରେ ମିଶିଛି ବହୁ ଘରଦ୍ୱାର

କେନ୍ୟୁଜ୍(ବ୍ୟୁରୋ): ଚୀନ୍‌ରେ ଶକ୍ତିଶାଳୀ ଭୂମିକମ୍ପ । ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ବହୁ ଲୋକ ନିଖୋଜ ଥିବା ସୂଚନା ମଳିଛି । ଅନେକ ସ୍ଥାନରେ ଭାଙ୍ଗି ଯାଇଛି ଘରଦ୍ୱାର । ସୁଉଚ୍ଚ ଅଟାଳିକା ମାଟିରେ ମିଶିଛି । ଫଳରେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ । ଧ୍ୱଂସାବଶେଷ ତଳେ ବହୁ ଲୋକ ଚାପି ହୋଇଥିବା ଅନୁମାନ କରାଯାଉଛି । ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ । ବିଛିନ୍ନ ହୋଇ ଯାଇଛି ବିଦ୍ୟୁତ ସରବରାହ ।

ପଶ୍ଚିମ ଚୀନ୍‌ର ସିଚୁଆନ୍‌ ପ୍ରଦେଶର ଭୂକମ୍ପ ଝଟ୍‌କା ଲାଗିଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୬.୮ । ଭୂମିକମ୍ପର କିଛି ସମୟ ପରେ ପୁଣି ଝଟ୍‌କା ଅନୁଭୁତ ହୋଇଥିଲା । ଏହାର ତୀବ୍ରତା ଥିଲା ୪.୨ । ଭୂକମ୍ପକର କେନ୍ଦ୍ରସ୍ଥଳ ସିଚୁଆନର ରାଜଧାନୀ ଚେଙ୍ଗଡୁଠାରୁ ୧୮୦ କିଲୋମିଟର ଦୂରରେ ଚିହ୍ନଟ ହୋଇଛି । ୨୦୧୩ରେ ଚୀନର 46 ୟାନରେ ଏଭଳି ଶକ୍ତିଶାଳୀ ଭୂମିକମ୍ପ ଅନୁଭୁତ ହୋଇଥିଲା। ଏଥିରେ ୧୦୦ଜଣଙ୍କ ମୃତ୍ୟୁ ଘଟିବା ସହ ହଜାର ହଜାର ଲୋକ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.