ପାହାଡ ଖାଇରୁ ଖସିଲା କାର୍, ୫ ମୃତ
ଉତ୍ତରାଖଣ୍ଡ ନୈନିତାଲ କୋଟାବାଗ ବ୍ଲକ ଦେବିପୁରା-ସୌରା ରୋଡରେ ବିଳମ୍ବିତ ରାତିରେ ଏକ କାର ଗଭୀର ଖାଇକୁ ଖସିପଡିଥିଲା । ଏଥିରେ ୫ ଜଣ ଲୋକ ରହିଥିଲେ । ସମସ୍ତଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।

ଉତ୍ତରାଖଣ୍ଡର ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋଟାବାଗ ଅଞ୍ଚଳରେ ଦେବିପୁରା-ସୌର ରାସ୍ତାରେ କାର ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଫଳରେ ୫ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ପୋଲିସ ମୃତକଙ୍କ ପରିଚୟ ଖୋଜୁଛି ।
ଖବର ମୁତାବକ, ଉତ୍ତରାଖଣ୍ଡ ନୈନିତାଲ କୋଟାବାଗ ବ୍ଲକ ଦେବିପୁରା-ସୌରା ରୋଡରେ ବିଳମ୍ବିତ ରାତିରେ ଏକ କାର ଗଭୀର ଖାଇକୁ ଖସିପଡିଥିଲା । ଏଥିରେ ୫ ଜଣ ଲୋକ ରହିଥିଲେ । ସମସ୍ତଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ପୋଲିସ ଏବଂ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିଚୟ ଖୋଜୁଛି । ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ଜିଲ୍ଲାପାଳ ବନ୍ଦନା ସିଂ କହିଛନ୍ତି ।
ତେବେ ପୋଲିସ ଏବେ ବି ମୃତଦେହର ପରିଚୟ ଖୋଜୁଛି। ଦୁର୍ଘଟଣାଗ୍ରସ୍ତ କାରର ରେଜିଷ୍ଟ୍ରେସନ ହୋଇଥିବା ପୋଲିସ କହିଛନ୍ତି । ଘଟଣା ବିଷୟରେ ଖବର ମିଳିବା ପରେ ପୋଲିସ ଏବଂ ଏସଡିଆରଏଫ ଟିମ୍ ପହଞ୍ଚିଛି । ବର୍ଷା ଯୋଗୁଁ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣାର ଖବର ଏଯାଏଁ ମିଳିନି ।
A car fell into a 500 meters deep in #Nainital #Uttarakhand. 5 friends died in this accident. All were residents of #Rampur district (#UttarPradesh). Their bodies remained lying for more than 24 hours, the next day people noticed the vehicle. pic.twitter.com/QyPH6LmMOx
— Siraj Noorani (@sirajnoorani) November 26, 2023