ଆଜି ବି ମନେ ପଡ଼େ ସେ ଲୋମହର୍ଷଣକାରୀ ଘଟଣା, ଆତଙ୍କବାଦୀଙ୍କ ଗୁଳି ମୁନରେ ଯାଇଥିଲା ୧୬୬ ଜୀବନ

ତାଜ ହୋଟେଲରେ ଆତଙ୍କବାଦୀଙ୍କ ଗୁଳି ମୁନର ଶିକାର ହୋଇଥିଲେ ଅନେକ । ଯେଉଁଥିରେ ୧୬୬ଜଣଙ୍କର ଜୀବନ ଯାଇଥିଲା । ୩୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାକୁ ୧୫ ବର୍ଷ ପୁରିଛି ।

ସେଦିନର ସେହି ୨୬ ନଭେମ୍ବର ଆଜି ବି ମନରୁ ଲିଭିନି । ୨୦୦୮ ମସିହା ନଭେମ୍ବରର ସେହି ଦିନ ଆଜି ବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ । ହଠାତ ଥରି ଉଠିଥିଲା ମାୟାନଗରୀ ମୁମ୍ବାଇ । ଗୁଳି ଶବ୍ଦରେ ଫାଟି ପଡ଼ୁଥିଲା ପୁରା ସହର । ଯିଏ ଯୁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଲେ । କିନ୍ତୁ ଆତଙ୍କବାଦୀଙ୍କ ଗୁଳି ମୁନରୁ କିପରି ବା ବଞ୍ଚିବେ । ସେ ଦିନର ସେହି ଲୋମହର୍ଷଣକାରୀ ଘଟଣା ଏବେ ବି ମନରେ ତାଜା ହୋଇ ରହିଛି ।

ସାଉଥ ମୁମ୍ବାଇର ମୁଖ୍ୟ ସ୍ଥାନ ଗୁଡିକୁ ନିଜ କବଜାକୁ ନେଇଥିଲେ ଆତଙ୍କବାଦୀ । ବିଶେଷ କରି ତାଜ ହୋଟେଲ ସହ ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଆଉ ଛତ୍ରପତି ଶିବାଜୀ ଟର୍ମିନାଲରେ ଗର୍ଜିଥିଲା ଆତଙ୍କବାଦୀଙ୍କ ବନ୍ଧୁକ । ତାଜ ହୋଟେଲରେ ଆତଙ୍କବାଦୀଙ୍କ ଗୁଳି ମୁନର ଶିକାର ହୋଇଥିଲେ ଅନେକ । ଯେଉଁଥିରେ ୧୬୬ଜଣଙ୍କର ଜୀବନ ଯାଇଥିଲା । ୩୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାକୁ ୧୫ ବର୍ଷ ପୁରିଛି । କିନ୍ତୁ ଆଜି ବି ସେ କ୍ଷତ ତାଜା ରହିଛି । ସାରା ବିଶ୍ୱକୁ ଥରାଇ ଦେଇଥିଲା ଏଭଳି ଅମାନବୀୟ କାଣ୍ଡ । ଏହି ରକ୍ତବୁହା ସଂଘର୍ଷରେ ନୀରିହ ଲୋକଙ୍କ ସହ ପୋଲିସ କର୍ମୀ ମଧ୍ୟ ସହିଦ ହୋଇଥିଲେ । ତେବେ ଆତଙ୍କବାଦୀଙ୍କୁ କଡ଼ା ଟକ୍କର ଦେଇଥିଲେ ଭାରତୀୟ ସିପାହୀ । ୬୦ଘଣ୍ଟା ଧରି ଚାଲିଥିଲା ସଂଘର୍ଷ । ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।

ଆତଙ୍କବାଦୀଙ୍କ ଗୁଳିର ଗର୍ଜନରେ ଥରି ଉଠିଥିଲା ମୁମ୍ବାଇ ସହର । ଛତ୍ରପତି ଶିବାଜୀ ଟର୍ମିନାଲ ଭିତରେ ଆଖି ବୁଜା ଗୁଳିମାଡ କରିଥିଲେ ୨ ଆତଙ୍କବାଦୀ । ଏହି ଘଟଣାରେ ୫୮ ନୀରିହ ଲୋକଙ୍କ ଜୀବନ ଯାଇଥିଲା । ଆତଙ୍କବାଦୀ ଅଜମଲ ଆମିର କସାବ ସହ ଇସମାଇଲ ଖାନ ମିଶି ଏହି ଆତଙ୍କବାଦୀ ଆକ୍ରମଣ କରିଥିଲେ । ଷ୍ଟେସନରେ ନାରକୀୟ କାଣ୍ଡ ପରେ ତାଜ ହୋଟେଲ ସହ ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଆଉ ଦକ୍ଷିଣ ମୁମ୍ବାଇକୁ କରିଥିଲେ ଟାର୍ଗେଟ । ଏହି ଟାର୍ଗେଟର ଶିକାର ହୋଇଥିଲା ତାଜ ହୋଟେଲ, ଯେଉଁଠାରେ ଅନେକ ଲୋକଙ୍କୁ ବନ୍ଧକ ରଖାଯାଇଥିଲା । ବନ୍ଧକ ଥିବା ଲୋକମାନଙ୍କ ଭିତରେ ୭ ବିଦେଶୀ ନାଗରିକ ମଧ୍ୟ ରହିଥିଲେ ।

ଖବର ପାଇ ଏନଏସଜି କମାଣ୍ଡୋ ଓ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ସ୍ପେଶାଲ ଅପରେସନ । ସୁରକ୍ଷାକର୍ମୀଙ୍କ ଗୁଳିରେ ୯ ଆତଙ୍କବାଦୀ ନିପାତ ହୋଇଥିଲେ । ଆଉ ଶେଷରେ ଧରାପଡିଥିଲା ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଅଜମଲ ଆମିର କସାବ । ଯାହାକୁ ପରେ ପରେ ଫାଶୀ ଖୁଣ୍ଟରେ ଝୁଲାଇଥିଲେ ସୁପ୍ରିମକୋର୍ଟ ।

ଆକ୍ରମଣର ତିନି ଦିନ ପୂର୍ବରୁ ଅର୍ଥାତ୍ ୨୩ ନଭେମ୍ବରରେ ଏହି ଆତଙ୍କବାଦୀମାନେ କରାଚିରୁ ଡଙ୍ଗାରେ ମୁମ୍ବାଇରେ ପ୍ରବେଶ କରିଥିଲେ। ସେମାନେ ଭାରତୀୟ ଡଙ୍ଗାରେ ମୁମ୍ବାଇରେ ପହଞ୍ଚିଥିଲେ । ଆତଙ୍କବାଦୀମାନେ ଯାତ୍ରା କରୁଥିବା ଭାରତୀୟ ଡଙ୍ଗାକୁ କାବୁ କରି ବିମାନରେ ଥିବା ଚାରି ଜଣ ଭାରତୀୟଙ୍କୁ ହତ୍ୟା କରିଥିଲେ। ରାତି ପ୍ରାୟ ଆଠଟା ବେଳେ ଏହି ଆକ୍ରମଣକାରୀମାନେ କୋଲାବା ନିକଟ କଫି ପ୍ୟାରେଡର ମାଛ ବଜାରରେ ପହଞ୍ଚିଥିଲେ । ସେଠାରୁ ସେମାନେ ୪ଟି ଟିମ୍‌ ରେ ଭାଗ ହୋଇ ନିଜ ଲକ୍ଷ୍ୟ ସ୍ଥଳକୁ ଟ୍ୟାକ୍ସିରେ ଯାଇଥିଲେ । ପରେ ମୁମ୍ବାଇର ବିଭିନ୍ନ ସ୍ଥାନରେ କରିଥିଲେ ଭୟଙ୍କର ଆକ୍ରମଣ ।

ତିନି ଦିନ ଧରି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଚାଲିଥିଲା। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ରୋକିବା ଅଭିଯାନରେ ମୁମ୍ବାଇ ପୋଲିସ, ଏଟିଏସ୍ ଏବଂ ଏନଏସଜିର ୧୧ ଜଣ ବ୍ୟକ୍ତି ଯବାନ ସହିଦ ହୋଇଥିଲେ। ନଭେମ୍ବର ୨୯ ତାରିଖ ସକାଳେ ନଅ ଜଣ ଆକ୍ରମଣକାରୀଙ୍କୁ ହଟାଇ ଦିଆଯାଇଥିଲା ଏବଂ ଜଣେ ଆକ୍ରମଣକାରୀ ଅଜମଲ କସାବକୁ ପୋଲିସ ଗିରଫ କରିଥିଲା । ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିଲା କିନ୍ତୁ ୧୬୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

ମୁମ୍ବାଇ ଆକ୍ରମଣ ପଛର ପୂରା ମାଷ୍ଟରମାଇଣ୍ଡ ତିଆରି କରିଥିଲା ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବା । ୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ ପୂର୍ତ୍ତି ଅବସରରେ ପାକ୍ ଆତଙ୍କୀ ସଂଗଠନ ଲସ୍କର ଏ ତୋଏବାକୁ ନିଶିଦ୍ଧ ଘୋଷଣା କରିବାକୁ ତାଲିକାଭୁକ୍ତ କରିଛନ୍ତି ଇସ୍ରାଏଲ ସରକାର। ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭାରତ ସରକାରଙ୍କ ଅନୁରୋଧ ବିନା ଇସ୍ରାଏଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.