ସଲମାନଙ୍କ କୁନି ଫ୍ୟାନ୍‌ ଜିତିଲା ସମସ୍ତଙ୍କ ମନ, ଭିଡିଓ ହେଉଛି ଭାଇରାଲ

ଆପଣମାନେ ଭାଇଜାନଙ୍କର ଅନେକ ଫ୍ୟାନ୍ସଙ୍କୁ ଦେଖିଥିବେ କିନ୍ତୁ କେବେ ତାଙ୍କର ଏତେ କୁନି ଫ୍ୟାନ୍‌କୁ ଦେଖିନଥିବେ । ଭାଇଜାନଙ୍କ ଜଣେ କୁନି ଫ୍ୟାନ୍ସ ଯାହାର ଏକ ଭାଇରାଲ ଭିଡିଓ ଦେଖିବା ପାଇଁ ମିଳିଛି । ଯାହା ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେବାକୁ ଲାଗିଛି ।

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ ଏବେ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରୁଛି । ଭାଇଜାନଙ୍କ ଏହି ଫିଲ୍ମ ବହୁତ ଶୀଘ୍ର ୩୦୦ କୋଟି ଛୁଇବା ପାଇଁ ଯାଉଛି । ତେବେ ସଲମାନଙ୍କ ଏହି ଫିଲ୍ମ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟ ଏକ ପ୍ରକାରର କ୍ରେଜ୍‌ ଦେଖିବା ପାଇଁ ମିଳିଛି । ସେମାନଙ୍କ ମଧ୍ୟରେ ଭାଇଜାନଙ୍କ ଜଣେ କୁନି ଫ୍ୟାନ୍ସ ନଜର ଆସିଛନ୍ତି, ଯାହାର ଏକ ଭାଇରାଲ ଭିଡିଓ ଦେଖିବା ପାଇଁ ମିଳିଛି । ଯାହା ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେବାକୁ ଲାଗିଛି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ସେହି ଭିଡିଓକୁ ଭଲ ପାଇବା ଦେବା ସହ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଦେଉଛିନ୍ତି । ଏହା ସହ ସେହି ଭିଡିଓରେ ନଜର ଆସୁଥିବା କୁନି ପିଲାକୁ ମଧ୍ୟ ବହୁତ ସାରେ ଭଲ ପାଇବା ଦେଉଛନ୍ତି ।

ଆପଣମାନେ ଭାଇଜାନଙ୍କର ଅନେକ ଫ୍ୟାନ୍ସଙ୍କୁ ଦେଖିଥିବେ କିନ୍ତୁ କେବେ ତାଙ୍କର ଏତେ କୁନି ଫ୍ୟାନ୍‌କୁ ଦେଖିନଥିବେ । ତେବେ ଏହି ଭିଡିଓ ଭାଇଜାନଙ୍କ ସବୁଠାରୁ କୁନି ଫ୍ୟାନ୍‌ ନଜର ଆସିଛି, ଯାହାର ବୟସ ମାତ୍ର ୭ ମାସ । ଭିଡିଓରେ ସଲମାନ ଖାନ୍‌ଙ୍କ ଏହି କୁନି ଫ୍ୟାନ୍‌ ତାଙ୍କ ଭଳି ଟ୍ରେଡ୍‌ ମାର୍କ ସ୍କାର୍ଫ ପିନ୍ଧିବା ସହ ହାତରେ ତାଙ୍କ ପରି ଲକି ବ୍ରେସ୍‌ଲେଟ୍‌ ମଧ୍ୟ ପିନ୍ଧିଛନ୍ତି । ସେହି ଭିଡିଓରେ କୁନି ଫ୍ୟାନ୍ସର ଲୁକ୍‌ ସମସ୍ତଙ୍କ ମନ ଜିତିଛି । ଏହି ଭିଡିଓଟି ସୋସିଆଲ ମିଡିଆ X ରେ ରେନୁ ନାମକ ଏକ ୟୁଜରଙ୍କ ଆକାଉଣ୍ଟରୁ ସେୟାର ହୋଇଛି ।

ଏହା ବ୍ୟତୀତ ସେହିି ପିଲା ମଧ୍ୟରେ ଏକ ବିଶେଷ କଥା ଏଇଟା ଯେ ଏହି ଛୋଟ ପିଲା ସଲମାନଙ୍କ ସହ କେଉଁଠି ନା କେଉଁଠି କନେକ୍ଟ ରହିଛି । କାରଣ ସେହି ବେବି ଆଉ କାହାର ନୁହେଁ ବରଂ ଭେଟେନାର ମେକଅପ୍‌ ଆଟିଷ୍ଟି ରାଜୁ ଭାଇଙ୍କ ନାତି । ଯିଏ ଗତ ତିନି ଦଶନ୍ଧି ହେବ ସଲମାନଙ୍କ ଟିମ୍‌ର ଏକ ଅଂଶ ହୋଇରହିଛନ୍ତି ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପାରେ, ତାକୁ ନେଇ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଆସିଛି । ଭିଡିଓଟି ଦେଖି ଜଣେ ଫ୍ୟାନ୍ସ ଲେକିଛନ୍ତି, ଯେ ‘ଭିଡିଓଟି ଭାଇରାଲ ହେବାକୁ ଲାଗିଛି ଏବଂ ସେହି ପିଲାର ହସ ଆମ ସମସ୍ତଙ୍କୁ ବହୁତ ହିଁ ହସଉଛି । ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଯେ ‘ଏହି ସୁନ୍ଦର ପିଲା ଆଜି ‘ଟାଇଗର ୩’ ଦେଖିବା ପାଇଁ ସଲମାନ ଖାନ ହେଇକି ଆସିଛି…ସୋ କ୍ୟୁଟ୍‌’ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.