ଆସାମରେ ବନ୍ୟା ବିତ୍ପାତ, ୧୯ ଜିଲ୍ଲାର ୫ ଲକ୍ଷ ଲୋକ ପ୍ରଭାବିତ
ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଅସ୍ତବ୍ୟସ୍ତ ଆସାମର ଜନଜୀବନ । ବନ୍ୟା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଭାବିତ ହୋଇଛନ୍ତି ପାଖାପାଖି ୧୯ ଜିଲ୍ଲାର ୫ ଲକ୍ଷ ଲୋକ ।
ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଅସ୍ତବ୍ୟସ୍ତ ଆସାମର ଜନଜୀବନ । ବନ୍ୟା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରଭାବିତ ହୋଇଛନ୍ତି ପାଖାପାଖି ୧୯ ଜିଲ୍ଲାର ୫ ଲକ୍ଷ ଲୋକ । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ରିପୋର୍ଟ ଅନୁଯାୟୀ ବହୁ ଲୋକ ଏବେ ବି ବନ୍ୟା ଘେରରେ ଫସି ରହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରହ୍ମପୁତ୍ର ସମେତ ଆହୁରି ଅନେକ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।
ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର ଉଡ଼ାଲଗୁରୀ ଜିଲ୍ଲାର ତାମୁଲପୁରରେ ଏକ ବ୍ରିଜ୍ ଭାସି ଯାଇଛି । ସେହିପରି ରାଜ୍ୟର ବଜାଲି ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳଘେରରେ ରହିଛି । ବର୍ଷା ଜାରି ରହିଥିବାରୁ ବନ୍ୟା ପରିସ୍ଥିତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।
ସେପଟେ ଭାରତୀୟ ପାଣିପାଗ ବିଭାଗ- IMDର ସୂଚନା ଅନୁଯାୟୀ ଆଗାମୀ କିଛି ଦିନ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେଣୁ ନଦୀଗୁଡ଼ିକର ଜଳସ୍ତର ଆହୁରି ବଢ଼ିବ ଓ ବନ୍ୟା ପରିସ୍ଥିତିରୁ ଲୋକଙ୍କୁ ଶୀଘ୍ର ନିସ୍ତାର ମିଳିବାର କୌଣସି ସମ୍ଭାବନା ଜଣାପଡୁନାହିଁ ।