Below header

ଯୋଧପୁର: ଟୁରିଷ୍ଟ ବସ୍ ଓ ଟ୍ରକ୍ ଧକ୍କା, ୫ ମୃତ, ୧୨ ଗୁରୁତର

ରାଜସ୍ଥାନ: ରାଜସ୍ଥାନର ଯୋଧପୁରରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଜୋଧପୁରର ଫଲୌଦି ନିକଟରେ ଏକ ମିନି ଟୁରିଷ୍ଟ ବସ୍ ଓ ଟ୍ରକ୍ ଧକ୍କା ହେବା କାରଣରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଶିଶୁଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବସ୍-ଟ୍ରକ ଧକ୍କା ହେବା ପରେ ସିଟ୍ ତଳେ ଅନେକ ଲୋକ ଫସି ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ଦଲ୍ଲୀରୁ ଏକ ପର୍ଯ୍ୟଟକ ମିନି ବସ୍ ଜୟସାଲେମର ଯାଉଥିଲା। ଏହି ସମୟରେ ଆଜି ସକାଳେ ଫଲୌଦିର ବାପ ଥାନା ଅଞ୍ଚଳରେ ଏକ ଟ୍ରକ୍ ସହ ଧକ୍କା ହୋଇଛି। ପ୍ରଥମେ ଦୁର୍ଘଟଣା ହେବାର ଶବ୍ଦ ଶୁଣି ସ୍ଥାନୀୟ ଲୋକ ଆସି ଉଦ୍ଧାର କାର୍ଯ୍ଯ କରିଥିଲେ। ତା’ ପରେ ପୋଲିସ ଏବଂ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ଯବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣାର ତଦନ୍ତ କରୁଛି ପୋଲିସ।

ଦୁର୍ଘଟଣା ଖବର ଶୁଣି ରାଜସ୍ଥାନ ମୁଖ୍ଯମନ୍ତ୍ରୀ ମୃତକଙ୍କ ପ୍ରତି ସମ୍ବେଦନା ଜଣାଇବା ସହିତ ଆହତଙ୍କ ସୁସ୍ଥ କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.