Below header

ମାଇନସ ୩୦ ଡିଗ୍ରୀ ତାପମାତ୍ରାରେ ୬୫ଥର ପୁସ୍‌ଅପ୍‌ ମାରିଲେ ୫୫ ବର୍ଷୀୟ ଯବାନ, ଦେଖନ୍ତୁ ଭିଡିଓ

ଯେକୌଣସି ପରିସ୍ଥିତିରେ ହେଉ ନା କାହିଁକି ଦେଶର ସେବା କରିବା ପାଇଁ ଯବାନମାନେ ପଛକୁ ହଟନ୍ତି ନାହିଁ। ଯବାନଙ୍କ ସାମ୍ନାରେ ଦେଶର ସମ୍ମାନ ପାଇଁ ବୟସ ଏବଂ ପରିସ୍ଥିତିକୁ ଖାତିର କରନ୍ତି ନାହିଁ। ସୀମାରେ ଥିବା ଯବାନ ନିଜର ଜୀବନକୁ ବାଜି ଲଗାଇ ଦେଶର ସେବା ପାଇଁ ରହିଥାନ୍ତି। ଯବାନମାନଙ୍କ ଏମିତି କିଛି ଭିଡିଓ ଆପଣ ନିଶ୍ଚିତ ଦେଖିଥିବେ। ଏବେ ଏମିତି ଏକ ଭିଡିଓ ଆଇଟିବିପି ଯବାନଙ୍କର ଭାଇରଲ ହେଉଛି। ଯେଉଁଥିରେ ସେ ମାଇନସ ୩୦ ଡିଗ୍ରୀ ତାପମାତ୍ରାରେ ପୁସ୍‌ଅପ୍‌ ମାରୁଥିବା ନଜର ଆସିଛନ୍ତି।

ଆଇଟିବିପି ପକ୍ଷରୁ ସେୟାର ହୋଇଥିବା ଏହି ଭିଡିଓରେ ଜଣେ ଅଧିକାରୀ ହାଡ ଭଙ୍ଗା ଶୀତରେ ଅଜବ କାରାନାମା କରୁଥିବା ଦେଖିବାକୁ ମିଳିଛନ୍ତି। ଭିଡିଓରେ ଆଇଟିବିପି କମାଣ୍ଡାଣ୍ଟ ରତନ ସିଂ ସୋନଲ ୧୭,୫୦୦ ଫୁଟ ଉପରେ ମାଇନସ ୩୦ ଡିଗ୍ରୀ ତାପମାତ୍ରାରେ ଲଗାତାର ୬୫ଥର ପୁସ୍‌-ଅପ୍‌ ମାରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଆଇଟିପିବି ନିଜ ଅଫିସିଆଲ ଟ୍ଵିଟରେ ଲେଖିଛନ୍ତି ‘ ୫୫ ବର୍ଷର ଆଇଟିବିପି କମାଣ୍ଡାଣ୍ଟ ରତନ ସିଂ ସୋନଲ ୧୭ ହଜାର ଫୁଟ ଉଚ୍ଚ ଲଦାଖରେ ୩୦ ଡିଗ୍ରୀ ସେଲସିଅମ ଥଣ୍ଡାରେ ୬୫ ଥର ପୁସ୍‌ ଅପ୍‌ କରୁଛନ୍ତୁ। ଏହା ପୂର୍ବରୁ ଏକ ଭିଡିଓ ଭାଇରଲ ହୋଇଥିଲା। ଯେଉଁଥିରେ ସେନା ବାହିନୀ ଦଳ ବରଫ ଚାଦର ହଟାଇ ରାସ୍ତା ପ୍ରସ୍ତୁତ କରୁଥିବାର ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.