Below header

ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଉ ୩ ଗିରଫ

ଯାଜପୁର(କେନ୍ୟୁଜ୍): ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଉ ୩ ଗିରଫ। ବାମଦେବପୁର ଗାଁର ପ୍ରଶାନ୍ତ ମଲ୍ଲିକ, ପ୍ରଦୀପ ମଲ୍ଲିକ ଓ ଶରତ ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏମାନଙ୍କୁ ମିଶାଇ ଏଯାଏ ୧୫ ଜଣଙ୍କୁ ଗିରଫ କରିଛି ବିଞ୍ଝାରପୁର ଥାନା ପୋଲିସ। ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁର ବିଞ୍ଝାରପୁର ବାଛଳ ପଞ୍ଚାୟତରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ହୋଇଥିଲା ଆକ୍ରମଣ।

୨ ନମ୍ବର ବୁଥରୁ ଦୁର୍ବୃତ୍ତ ଭୋଟ୍‌ ବାକ୍ସ ଉଠାଇ ନେଇଥିବା ବେଳେ ଉପସ୍ଥିତ ସାମ୍ବାଦିକ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସାମ୍ବାଦିକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଅଭିଯୋଗ ପରେ ୨୦ ତାରିଖରେ ୨୫ରୁ ଅଧିକଙ୍କୁ ପୋଲିସ ଅଟକ ରଖିଥିଲା। ପରେ ଦିନ ମୁଖ୍ୟ ଅଭିଯୁକ୍ତ ସହ ୧୧ ଜଣଙ୍କୁ ଗିରଫ କରିଥିଲା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.