ମୋଦିଙ୍କ ନାମରେ ରାଜଧାନୀରେ ଲାଗିଛି ବିବାଦୀୟ ପୋଷ୍ଟର: ୬ ଗିରଫ, ୧୦୦ରୁ ଅଧିକ ମାମଲା ରୁଜୁ

ରାଜଧାନୀ ଦିଲ୍ଲୀରେ ଲାଗିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ ପୋଷ୍ଟର । ଏଭଳି କାର୍ଯ୍ୟ ପରେ ୬ ଲୋକଙ୍କୁ ଗିରଫ କଲା ପୋଲିସ । ୧୦୦ରୁ ଅଧିକ ମାମଲା ଥାନାରେ ଦାଏର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦିଲ୍ଲୀରେ ଲାଗିଲା ବିବାଦୀୟ ପୋଷ୍ଟର । ଏହି ଆପତ୍ତିଜନକ ପୋଷ୍ଟର ଲଗାଇବାକୁ ନେଇ ଥାନାରେ ୧୦୦ରୁ ଅଧିକ ମାମଲା ଦାଏର କରାଯାଇଛି । ଏହି ମାମଲାରେ ୬ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଦିଲ୍ଲୀ ପୋଲିସ ଅନେକ ପୋଷ୍ଟର ଜବତ କରିବା ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ସ୍ୱତନ୍ତ୍ର ସିପି ଦୀପେନ୍ଦ୍ର ପଠକ କହିଛନ୍ତି ଯେ, ଦିଲ୍ଲୀ ପୋଲିସ ଏ ବାବଦରେ ୧୦୦ ଟି ଏଫ୍ଆଇଆର୍ ପଞ୍ଜୀକୃତ କରିଛି। ଏହି ପୋଷ୍ଟରଗୁଡ଼ିକର ପ୍ରିଣ୍ଟିଂ ପ୍ରେସର ସବିଶେଷ ତଥ୍ୟ ନାହିଁ । ଏହି ମାମଲାରେ ପ୍ରିଣ୍ଟିଂ ପ୍ରେସ୍ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହାଛଡା ଦିଲ୍ଲୀରୁ ପ୍ରାୟ ୨୦୦୦ ପୋଷ୍ଟର ହଟାଯାଇଛି।

ଏମାନଙ୍କୁ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରୁବାହାରିବା ଏକ ଭ୍ୟାନ୍ ବାଟରେ ଅଟକାଯାଇଥିଲା। ଆଉ ଭ୍ୟାନ୍ ମଧ୍ୟରୁ କେତେକ ପୋଷ୍ଟର ବଣ୍ଡଲ ଜବତ କରାଯାଇଛି ଏବଂ ଗାଡି ଚାଳକକୁ ମଧ୍ୟ ଗିରଫ କରାଯାଇଛି। ଏହି ସମସ୍ତ ପୋଷ୍ଟରରେ ପ୍ରିଣ୍ଟିଂ ପ୍ରେସର ନାମ ଲେଖାଯାଇ ନାହିଁ । ତେବେ ପୋଲିସ ଏହାର ଅନୁସନ୍ଧାନ କରୁଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ପୋଷ୍ଟର ଲଗାଇବା ପ୍ରସଙ୍ଗରେ ଏକ ପ୍ରମୁଖ ରାଜନୈତିକ ଦଳର କର୍ମୀଙ୍କ ନାମ ସାମ୍ନାକୁ ଆସିଛି। ମାର୍ଚ୍ଚ ୧୭ ରେ, ଏହି ପୋଷ୍ଟର ଛାପିବା ପାଇଁ ନାରାୟଣର ପ୍ରିଣ୍ଟିଂ ପ୍ରେସକୁ ୫୦,୦୦୦ ଟଙ୍କା ଦିଆଯାଇଥିଲା। ଆଉ ୫୦-୫୦ ହଜାର ପୋଷ୍ଟର ଛାପିବା ପାଇଁ କୁହାଯାଇଥିଲା । ଏହି କମ୍ପାନୀର କର୍ମଚାରୀ ରବିବାର ରାତିରୁ ଆରମ୍ଭ କରି ସୋମବାର ଦିନ ପର୍ଯ୍ୟନ୍ତ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା । ନିଜର ପ୍ରିଣ୍ଟିଂ ପ୍ରେସର ନାମ ପୋଷ୍ଟରରେ ନ ଲେଖିବା ଯୋଗୁଁ ଏହାର ମାଲିକକୁ ଗିରଫ କରାଯାଇଛି ବୋଲି ସୂଚନା ମିଳିଛି ।