ଗୁଜୁରାଟ ସୁରତରେ ବଡ଼ ଅଘଟଣ: ଗ୍ୟାସ୍ ଲିକ୍‌ ହୋଇ ୬ ମୃତ, ୨୦ରୁ ଅଧିକ ଗୁରୁତର

 ଗୁଜୁରାଟ(କେନ୍ଯୁଜ୍): ଗୁରୁବାର ସକାଳୁ ବଡ଼ ଅଘଟଣ। ଗୁଜୁରାଟ ସୁରତରେ ଗ୍ୟାସ ଲିକ୍‌ ହୋଇ ୬ ମୃତ। ୨୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ସଚିନ GIDC ଏରିଆ ନିକଟ ଏକ କମ୍ପାନିରେ ବିଷାକ୍ତ ଗ୍ୟାସ ଲିକ୍‌ ହୋଇ ଲୋକଙ୍କ ଜୀବନ ଯାଇଛି।

ଗ୍ୟାସ ଲିକ୍‌ ହେବା ପରେ ଆଖପାଖ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଲୋକମାନେ ଚେତା ହରାଇବା ଆରମ୍ଭ କରିଥିଲେ। ସେମାନଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.