ଆଜିଠୁ କଟକବାସୀ ପାଇବେ ୨୪ଘଣ୍ଟିଆ ବିଶୁଦ୍ଧ ପାଣି, ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

କଟକ(କେନ୍ଯୁଜ୍): ଆଜିଠୁ କଟକବାସୀ ପାଇବେ ୨୪ଘଣ୍ଟିଆ ବିଶୁଦ୍ଧ ପାଣି। କଟକ ସହରରେ ବହୁ ପ୍ରତିକ୍ଷୀତ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ମିଶନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସୁଜଳ ଯୋଜନାରେ ମହାନଦୀରୁ ପାଣି ଅଣାଯାଇ ସିଡିଏ, ଜଗତପୁର ଓ ପ୍ରତାପନଗରୀ ସ୍ଥାପିତ ୩ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ପାଣି ବିଶୁଦ୍ଧ କରାଯାଇ ନୂତନ ପାଇପ ଲାଇନ୍ରେ ଘରକୁ ଘର ପାଣି ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟରେ ୨ଟି ଅଞ୍ଚଳ କ୍ୟାଣ୍ଟନମେଣ୍ଟ ଓ ଜଗତପୁର ୪୮ ନମ୍ବର ୱାର୍ଡକୁ ୨୪ଘଣ୍ଟା ବିଶୁଦ୍ଧ ପାନୀୟଜଳ ଯୋଗାଣ କରାଯିବ।
୨୦୨୩ ସୁଦ୍ଧା ସମଗ୍ର ସହରବାସୀ ଓ ଉପକଣ୍ଠରେ ରହୁଥିବା ଲୋକେ ବିଶୁଦ୍ଧ ପାଣିର ସୁବିଧା ପାଇବେ। ପୁରୀ ପରେ କଟକ ସହରରେ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।