ଜମ୍ମୁ କଶ୍ମୀରର କିସ୍ତଓ୍ଵାଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ମୃତ

ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଜମ୍ମୁ କଶ୍ମୀରର କିସ୍ତଓ୍ଵାଡରେ ପୋକ୍କାଲ ଡୁଲ ପାୱାର ପ୍ରୋଜେକ୍ଟ ସାଇଟ ଅଭିମୁଖେ ଯାଉଥିବା ସମୟରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

ଜମ୍ମୁ କଶ୍ମୀରରେ କିସ୍ତଓ୍ଵାଡ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଶ୍ରମିକମାନଙ୍କୁ ନେଇ ଯାଉଥିବା ସମୟରେ ଏକ ଗାଡ଼ି ଖାଇକୁ ଓଲଟି ପଡିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଟି ପୋକ୍କାଲ ଡୁଲ ପାୱାର ପ୍ରୋଜେକ୍ଟ ସାଇଟ ଅଭିମୁଖେ ଯାଉଥିବା ସମୟରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଦୁର୍ଘଟଣାଟି ସକାଳ ୮.୩୫ ମିନିଟରେ ହୋଇଛି । ସମସ୍ତ ଆହତଙ୍କୁ ଉଦ୍ଧାରକାରୀ ଟିମ୍ ଉଦ୍ଧାର କରି କିଶତୱାର ଜିଲ୍ଲାହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଆବଶ୍ୟକ ସ୍ଥଳେ ସମସ୍ତଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଦୁର୍ଘଟଣାରେ ପୀଡିତ ସମସ୍ତଙ୍କୁ ଆବଶ୍ୟକତା ଅନୁସାରେ ଜିଲ୍ଲା ହସପିଟାଲ କିମ୍ବା ଟେଡାର ଜିଏମସିକୁ ସ୍ଥାନାନ୍ତରଣ କରାଯିବ ।

ସୂଚନାଯୋଗ୍ୟ, ଗତକାଲି ନାଗପୁର-ପୁନେ ହାଇେଓ୍ଵରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୫ରୁ ଅଧିକ ଗୁରୁତର ରହିଛନ୍ତି । ସରକାରୀ ବସ୍ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା । ସେହିପରି ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଏକ ଟ୍ରକ ଏବଂ ଏସୟୁଭି ପରସ୍ପର ସହିତ ଧକ୍କା ହେବା ଫଳରେ ଗୋଟେ ପରିବାରର ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.